No Result
View All Result

କୋଣାର୍କ (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ଚଳିତ ବର୍ଷ ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସ୍ଥିତ ନରସିଂହ ଦେବ ଦୁର୍ଗା ପୂଜା କମିଟି ପକ୍ଷରୁ ପବିତ୍ର ଶାରଦୀୟ ଦୁର୍ଗାପୂଜା ନିମନ୍ତେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପୂଜା ନୀତି ନିର୍ଦ୍ଧାରଣ କରାଯାଇଛି। ନରସିଂହ ଦେବ ଦୁର୍ଗା ପୂଜା କମିଟି ସଭାପତି ଶତ୍ରୁଜିତ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ କମିଟିର ମୁଖ୍ୟ ଉପଦେଷ୍ଟା ଗୋପାଳ ଚନ୍ଦ୍ର ବେହେରା, ଉପଦେଷ୍ଟା ରାମକୃଷ୍ଣ ମହାନ୍ତି, ପଦ୍ମ ଚରଣ ବେଉରା, କୋଣାର୍କ ଥାନା ଓଆଇସି କେଦାର ନାଥ ଦୋରା, ଚମ୍ପାହର ଅଗ୍ନିଶମ ସେବା କେନ୍ଦ୍ର ଅଧିକାରୀ ବିଚିତ୍ର ଚୌଧୁରୀ, ଦୁର୍ଗାପୂଜା କମିଟିର ପୂର୍ବତନ ସଭାପତି ସୁଶାନ୍ତ କୁମାର ମହାନ୍ତି ଓ କୋଷାଧ୍ୟକ୍ଷ ବିରବର ସ୍ବାଇଁ ପ୍ରମୁଖ ଯୋଗ ଦେଇ ଚଳିତ ବର୍ଷ ଦୁର୍ଗାପୂଜାକୁ ସରସ ସୁନ୍ଦର ଭାବେ ସଂପାଦନ କରିବା ସହିତ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ସହ ଅଗ୍ନି ନିରାପତ୍ତା ବ୍ଯବସ୍ଥାକୁ କଡାକଡି ଭାବେ ପାଳନ କରିବା ପାଇଁ ଆଲୋଚନା କରାଯାଇଥିଲା ।

ଏହି ବୈଠକରେ ଶନିବାର ପବିତ୍ର ଷଷ୍ଠୀ ଅବସରରେ ଷଷ୍ଠୀ ବିହିତ ପୂଜା, ବୋଧନ, ଦେବୀଙ୍କ କଳ୍ପାରମ୍ଭ ଓ ପାଣି ତୋଳା ନୀତି ଅନୁଷ୍ଠିତ ହେବା ପାଇଁ ନୀତି ନିର୍ଦ୍ଧାରଣ ହୋଇଛି। ରବିବାର ପବିତ୍ର ମହାସପ୍ତମୀ ପୂଜା ଓ ମା ଦୁର୍ଗାଙ୍କ ଚକ୍ଷୁ ଦାନ ନୀତି, ସୋମବାର ମହାଷ୍ଟମୀ ପୂଜା, ହୋମଯଜ୍ଞ ଓ ସନ୍ଧି ପୂଜା ଅନୁଷ୍ଠିତ ହେବ। ସେହିପରି ମଙ୍ଗଳବାର ମହାନବମୀ ପୂଜା ଓ ବୁଧବାର ଦଶହରା ତଥା ବିଜୟାଦଶମୀ ନୀତି ଧାର୍ମିକ ରୀତିନୀତି ଓ ପରମ୍ପରା ଅନୁଯାୟୀ ଅନୁଷ୍ଠିତ ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଏହି ପରିପ୍ରେକ୍ଷୀରେ କୋଣାର୍କ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ଚମ୍ପାହର ଅଗ୍ନିଶମ ସେବା କେନ୍ଦ୍ର ପକ୍ଷରୁ ଅଗ୍ନି ନିରାପତ୍ତା ବ୍ଯବସ୍ଥାକୁ କଡାକଡି ଭାବେ ପାଳନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ଏହି ବୈଠକରେ କମିଟିର ସଂପାଦକ ସୁବୋଧ ଖଟୁଆ, ସ୍ବାଧୀନ ନାୟକ, ସୁଜିତ ରାଉତରାୟ, ବାପିନ ବେଉରା, ମହେଶ୍ବର ଦଳାଇ, ଲିଙ୍ଗରାଜ ସେଠୀ, ସୂର୍ଯ୍ୟ ନାରାୟଣ ନାୟକ,ସଂଜୟ ପତି, ନିରଞ୍ଜନ ତ୍ରିପାଠୀ, ପ୍ରତାପ କାଣ୍ଡି, ସୁଶାନ୍ତ ବେଉରା, ମଙ୍ଗରାଜ ବେଉରା ସମେତ ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।


No Result
View All Result