ପାରଳାଖେମୁଣ୍ଡି (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଗଜପତି ଜିଲ୍ଲା ପୋଲିସ କୁ ମିଳିଛି ବଡ଼ ସଫଳତା ପାରଳାଖେମୁଣ୍ଡି ଉପକଣ୍ଠ ସ୍ଥିତ ଦେବିତି ଗ୍ରାମନିକଟରେ ଥିବା ଜୟମାତାଦି କଲ୍ଯାଣ ମଣ୍ଡପରେ ଚାଲିଥିବା ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ଗଜପତି ଜିଲ୍ଳାର ତିନୋଟି ପୋଲିସ ଥାନା: ପାରଳାଖେମୁଣ୍ଡି,କାଶୀନଗର ଓ ଗାରାବନ୍ଧ ଥାନା ଅଧିକାରୀଙ୍କ ନେତୃତ୍ୱରେ ଚଢାଉ ୧୨ ଲକ୍ଷ ଟଙ୍କା ସମେତ ୯ଟି କାର, ବାଇକ୍ ୧୦ଟି, ୬୦ ଟି ମୋବାଇଲ ଜବତ କରିବା ସହ ୭୦ ଜଣ ଜୁଆଡିକୁ ଗିରଫ କରାଯାଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀ ରେ ପାରଳାଖେମୁଣ୍ଡି ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତି ଏକ ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଥିଲେ l
















