କେତେଦୂର ଲମ୍ବିଛି ଚେର, ଜାରି ରହିଛି ଖୋଳତାଡ଼ ।
ଆର,ଉଦୟଗିରି (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- କଲରାପତରିଆ ବାଘଛାଲ କାରବାର ଘଟଣାରେ ବନ ବିଭାଗ ୪ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି । ଗଜପତି ଜିଲା ମୋହନା ବନାଞ୍ଚଳ ପାଣିଗଣ୍ଡା ବିଟ୍ ତୁଳସୀ ନଗରରୁ ବେଆଇନ ଭାବେ ବାଘଛାଲ କାରବାର ସମୟରେ ବନ ବିଭାଗ ଚଢ଼ାଉ କରି ବାଘଛାଲ ଜବତ କରି ଏହି ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।

ଗିରଫ ଅଭିଯୁକ୍ତମାନେ ହେଲେ ପାଣିଗଣ୍ଡା ଗାଁର ତ୍ରିଲୋଚନ ପାତ୍ର (୩୫ ) ଓ କନ୍ଧମାଳ ଜିଲା ଦାସିଙ୍ଗବାଡ଼ି ଗାଁର ବିଜୟାନନ୍ଦ ନାୟକ (୨୩), ଜଗା ମଲ୍ଲିକ (୩୬) ଦୀପକ ନାୟକ (୨୫) । ଗିରଫ ଅଭିଯୁକ୍ତଙ୍କଠାରୁ ବାଘଛାଲ ସହ ଦୁଇଟି ମୋଟରସାଇକେଲ, ତିନୋଟି ମୋବାଇଲ ଜବତ କରିଛି ବନ ବିଭାଗ ।















