ଆର,ଉଦୟଗିରି (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଗାଧୋଇବାକୁ ଯାଇ ଘାଇରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ଆର ଉଦୟଗିରି ଥାନା ଅନ୍ତର୍ଗତ ଛେଳିଗଡ଼ ଘାଇରେ । ସୂଚନା ମୁତାବକ, ମୁନିସିଂ ଗାଁର ନୀଳକଣ୍ଠ ନାୟକ ନାମକ ଜଣେ ଯୁବକ ଶନିବାର ସନ୍ଧ୍ୟାରେ ପ୍ରତିଦିନ ଭଳି ଛେଳିଗଡ଼ ଘାଇକୁ ଗାଧୋଇବା ପାଇଁ ଯାଇଥିଲେ।

ଗାଧୋଇବା ସମୟରେ ହଠାତ୍ ବୁଡି ଯାଇଥିଲେ। ଫଳରେ କିଛି ସ୍ଥାନୀୟ ଲୋକେ ଖୋଜାଖୋଜି କରିଥିଲେ । ପରେ ଆର. ଉଦୟଗିରି ଅଗ୍ନିଶମ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ନୀଳକଣ୍ଠଙ୍କୁ ଖୋଜା ଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ ।
















