ଆର , ଉଦୟଗିରି (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକ ସଦର ମହକୁମାରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ ହୋଇଛି। ଦୀର୍ଘଦିନ ଧରି ସହରର ମୁଖ୍ୟ ରାସ୍ତାକଡ଼ ଓ ବିଭିନ୍ନ ସାହିରେ ଅଳିଆ ଆବର୍ଜନା ଜମା ହୋଇ ରହିଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ । ଏନେଇ ପ୍ରଶାସନକୁ ବାରମ୍ବାର ଅଭିଯୋଗ କରାଯିବା ପରେ ଗ୍ରାମ ପଞ୍ଚାୟତ ପକ୍ଷରୁ ଜେସିବି ମେସିନ୍ ସାହାଯ୍ୟରେ ଅଳିଆ ଆବର୍ଜନା ସଫା କରାଯାଉଥିବା ଦେଖାଯାଇଛି ।

ତେବେ ମୋହନା ସହରରେ ଅଳିଆ ଆବର୍ଜନାର ପ୍ରକ୍ରିୟାକରଣ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ସଂଗୃହୀତ ଆବର୍ଜନାକୁ ସହରଠାରୁ ଦୂରରେ ଫିଙ୍ଗାଯାଉଛି । ଏହାଦ୍ୱାରା ପରିବେଶ ପ୍ରଦୂଷିତ ହେବା ସହ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି । ସ୍ୱଚ୍ଛତା ବଜାୟ ରଖିବା ସହ ପରିବେଶକୁ ପ୍ରଦୂଷଣମୁକ୍ତ କରିବା ପାଇଁ ମୋହନାରେ ତୁରନ୍ତ ଏକ ଆବର୍ଜନା ପ୍ରକ୍ରିୟାକରଣ କେନ୍ଦ୍ର ସ୍ଥାପନ କରିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ।
















