ବାଲିଗୁଡ଼ା (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଦୀର୍ଘ ୪୬ ବର୍ଷର ଅପେକ୍ଷାର ଅନ୍ତ। ପ୍ରଥମଥର ପାଇଁ ଛାତ୍ର ସଂସଦ ନିର୍ବାଚନକୁ ନେଇ ଚଳଚଞ୍ଚଳ ହୋଇଉଠିଛି କନ୍ଧମାଳ ଜିଲ୍ଲାର ସର୍ବପୁରାତନ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟ ପରିସର। ନିର୍ବାଚନୀ ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ ନାମାଙ୍କନ ଶେଷ ହୋଇଥିବାବେଳେ ମୋଟ ୮ଟି ପଦବୀ ପାଇଁ ୪୦ ଜଣ ଛାତ୍ରଛାତ୍ରୀ ପ୍ରାର୍ଥୀ ହୋଇଛନ୍ତି। ଏଥିମଧ୍ୟରେ ସଭାପତି ପଦ ପାଇଁ ସର୍ବାଧିକ ୧୦ ଜଣ ନାମାଙ୍କନ ଦାଖଲ କରିଥିବାରୁ ଏହି ପଦକୁ ନେଇ ନିର୍ବାଚନୀ ଉତ୍କଣ୍ଠା ବଢ଼ିଛି।
















