
ଜଟଣୀ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ରାମଚନ୍ଦ୍ର ପୁର ସ୍ଥିତ ମା’ଉତ୍ତରାୟଣୀ ପୀଠରୁ ଆରମ୍ଭ ହୋଇଥିବା ସ୍ଵେଚ୍ଛାସେବୀ ଅନୁଷ୍ଠାନ”ମୋ ପରିବାର” ସଦାସର୍ବଦା ନିଆରା ପ୍ରୟାସ କରି ଚାଲିଛି l ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀରେ “ମୋ ପରିବାର”ର ପ୍ରତିଷ୍ଠାତା ତଥା ସାମ୍ବାଦିକ ଶୁଭେନ୍ଦ୍ର ଶତପଥୀ ପହଞ୍ଚି ଥିଲେ ସୁଆଣ୍ଡୋରେ,ପ୍ରଥମେ ଗୋପବନ୍ଧୁ ଙ୍କ ଜନ୍ମ ଗୃହକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l

ସେଠାରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ମାନଙ୍କୁ ଗୋପବନ୍ଧୁଙ୍କ ବିଷୟରେ କିଛି ପ୍ରଶ୍ନ ପଚାରି ଥିଲେ ଏବଂ ସମାଜରେ ସେବା କରିବା ପାଇଁ ବୁଝାଇ ଥିଲେ l ତା’ପରେ ସଭାସ୍ଥଳକୁ ଯାଇ ଥିଲେ l ସୁଆଣ୍ଡୋ ଗୋପବନ୍ଧୁ ସ୍ମୁତି ପରିଷଦ ସଭାପତି ଧୀରେନ୍ଦ୍ର ନାଥ ଦାଶ “ମୋ ପରିବାର”ର ପ୍ରତିଷ୍ଠାତା ଶୁଭେନ୍ଦ୍ର ଶତପଥୀ ଙ୍କୁ ସ୍ୱାଗତ କରିଥିଲେ l ପ୍ରତିଷ୍ଠାତା ଶ୍ରୀ ଶତପଥୀ ଉପସ୍ଥିତ ଥିବା ବୁଦ୍ଧିଜୀବି,ସାମାଜିକ କର୍ମୀ,

















