No Result
View All Result

ସତ୍ୟବାଦୀ (ଓଡିଶା ତାଜା ନ୍ୟୁଜ ) (ନି.ପ୍ର) ପୁରୀ :- ସତ୍ୟବାଦୀ କାଦୁଆ ଆଶ୍ରମ ଠାରେ ପରିଚାଳନା କମିଟି ଗୋପବନ୍ଧୁ ଦରିଦ୍ର ନାରାୟଣ ସଂଘ, ସତ୍ୟବାଦୀ ବିକାଶ ପରିଷଦ ପକ୍ଷରୁ,ସତ୍ୟବାଦୀ ବରିଷ୍ଠ ନାଗରିକ ମଞ୍ଚ,ସାକ୍ଷୀଗୋପାଳ ଓ ପୁରୀ ଜିଲ୍ଲା ସିନିୟର ସିଟିଜେନସ୍ ଫୋରମର ସହଯୋଗ ରେ ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ୧୪୯ ତମ ଜୟନ୍ତୀ ପାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୂଚନା ଓ ଲୋକ ସମ୍ପର୍କ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ତ୍ୟାଗ, ଆଦର୍ଶ ସମ୍ପର୍କରେ ଆଲୋଚନା କରିବା ସହ ବରିଷ୍ଠ ନାଗରିକ ମାନଙ୍କ ର ସମାଜ ପ୍ରତି ଅବଦାନ ସମ୍ପର୍କରେ ମତ ଦେଇଥିଲେ ।

ବରିଷ୍ଠ ନାଗରିକ ମାନଙ୍କ ଅଭିଜ୍ଞତା, ଅନୁଭବ ଅତୁଳନୀୟ।ତାହାର ଉପଯୋଗ ସମାଜକୁ ଶୃଙ୍ଖଳିତ ଓ ସମୃଦ୍ଧ କରିଥାଏ ବୋଲି କହିଥିଲେ । ଅନ୍ୟତମ ଅତିଥି ବିଶିଷ୍ଟ ଲେଖକ, ପ୍ରବକ୍ତା କୃଷ୍ଣ ଚନ୍ଦ୍ର ଜଗଦ୍ଦେବ ଗୋପବନ୍ଧୁ ଙ୍କ ଜୀବନୀ ସମ୍ପର୍କରେ ଆଲୋଚନା କରି ଉଚ୍ଚାରଣ ଓ ଆଚରଣରେ ସମାନତା ଏବଂ ସମାଜରୁ ନିଶା ଦୂର କରିବାକୁ ପ୍ରତ୍ୟେକ ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ। ସତ୍ୟବାଦୀ ବିକାଶ ପରିଷଦର ସଭାପତି ଗୁଣ୍ଡିଚା ବରାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟ କ୍ରମରେ ଉପ ସଭାପତି ବିରେନ୍ଦ୍ର ଭୂଷଣ ହୋତା ଅତିଥି ଙ୍କୁ ସ୍ବାଗତ,ସଂପାଦକ ଅମର ନନ୍ଦ ପ୍ରାରମ୍ଭିକ ସୂଚନା ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସଂସ୍କୃତି ଉନ୍ନୟନ ଅଧିକାରୀ ହେମନ୍ତ ବେହେରା, ପୁରୀ ଜିଲ୍ଲା ବରିଷ୍ଠ ନାଗରିକ ସଂଘର ସଭାପତି କାର୍ତ୍ତିକ କୁମାର ଦାଶ,
ସଂପାଦକ ଦେବେନ୍ଦ୍ର ଦାଶ,ଗୋପବନ୍ଧୁ ଦରିଦ୍ର ନାରାୟଣ ସେବା ସଂଘ ସାକ୍ଷୀଗୋପାଳ ର ସମ୍ପାଦକ ପ୍ରମୋଦ କୁମାର ମହାନ୍ତି ଭୀମସେନ ମହାପାତ୍ର ଓ ଅନ୍ୟାନ୍ୟ ଉପସ୍ଥିତ ବକ୍ତା ମାନେ ଗୋପବନ୍ଧୁ ଙ୍କ ଜୀବନୀ ସମ୍ପର୍କରେ ଆଲୋଚନା କରିବା ସହ ବରିଷ୍ଠ ନାଗରିକ ଓ ଅନ୍ୟ ମାନଙ୍କର ବିବିଧ ସମସ୍ୟା ଓ ଏହାର ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସଖିମଣି ବରାଳ,ବରିଷ୍ଠ ନାଗରିକ ପ୍ରଫୁଲ୍ଲ ପଣ୍ଡା, ବୁଦ୍ଧନାଥ ମଳିକ, ବାବନ ବରାଳ ପ୍ରମୁଖ ଉପସ୍ଥିତ ଥିଲେ।କାଦୁଆ ଆଶ୍ରମ ର କର୍ମକର୍ତ୍ତା ଜଗନ୍ନାଥ ବାରିକ, ରଞ୍ଜନ ଦଳେଇ ପ୍ରମୁଖ କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ ।


No Result
View All Result