No Result
View All Result

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଭୁବନେଶ୍ୱର ନୀଳାଦ୍ରୀ ବିହାର ସ୍ଥିତ ରାଜ୍ୟର ପ୍ରମୁଖ ସୁପର ମଲ୍ଟି ସ୍ପେଶିଆଲିଟି ଉତ୍କଳ ହସ୍ପିଟାଲରେ ଅତ୍ୟାଧୁନିକ ସ୍ଲିପ୍ ଲାବ୍ ଚେୟାରମ୍ୟାନ ଡ଼ ଅଦିତ୍ୟ କୁମାର ସାମଲଙ୍କ ଦ୍ବାରା ଉଦ୍ଘାଟିତ।ଏହି ଅବସରର ଉତ୍କଳ ହସ୍ପିଟାଲର ମ୍ୟାନେଜିଂ ଡାଇରେକ୍ଟର ଡ଼ ପ୍ରଜ୍ଞାନ ରଂଜନ ଘଡ଼େଇ, ଡାଇରେକ୍ଟର ମେଡିକାଲ ସର୍ଭିସେସ ଡ଼ ରଂଜନ କୁମାର ମହାପାତ୍ର, ସିଇଓ,ଶ୍ରୀ ବି କେ ସୁବୋଧ ସିଂ, ଏଚ୍.ଓ.ଡି. ସିନିୟର୍ କନସଲଟାଣ୍ଟ ନ୍ୟୁରୋଲୋଜୀ, ଡ଼ ଅମିତାଭ ରଥ, ସିନିୟର୍ କନସଲଟାଣ୍ଟ ନ୍ୟୁରୋଲୋଜି ଡ଼ ଆକାଶ ଗୁପ୍ତା, କନସଲଟାଣ୍ଟ ଇଣ୍ଟରଭେନସନାଲ ପୂଲ୍ମୋନୋଲୋଜି ଏବଂ ସ୍ଲିପ୍ ମେଡିସିନ ଡ଼ ସତ୍ୟଜିତ୍ ସାହୁ, ସିନିୟର୍ କନସଲଟାଣ୍ଟ କ୍ରିଟିକାଲ କେୟାର ଏବଂ ପୂଲ୍ମୋନୋଲୋଜି, ଡ ଜଗଦୀଶ ରଥ,ସି.ଏଫ୍.ଓ ଶ୍ରୀ ଅରୁଣ ଖିଲାର ପ୍ରମୁଖ ଉପସ୍ଥିତ ଥିଲେ ।

ଆଧୁନିକ ଯୁଗରେ ଶତକଡା ୨୦-୩୦ ଭାଗ ଲୋକମାନେ ନିଦ୍ରା ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖିନ ହେଉଛନ୍ତି। ଅତ୍ୟଧିକ ଚର୍ବିଯାତିୟ ଖାଦ୍ୟ,ଅସନ୍ତୁଳିତ ଖାଦ୍ୟଭାସ ,ନିଶାଦ୍ରବ୍ୟ ସେବନ, ଉଚ୍ଚ ରକ୍ତଚାପ,ମଧୁମେହ ବହୁଳତା ଏବଂ ବୟସର ପ୍ରଭାବରେ ନିଦ୍ରା ସମ୍ବଧିତ ସମସ୍ୟା ଦେଖାଦେଇଥାଏ । ଯେଉଁ ମାନଙ୍କର ନିଦ୍ରା ସମ୍ବନ୍ଧୀୟ ସମସ୍ୟା ରହିଥାଏ ଯେମିତି ଘୁଙ୍ଗୁଡ଼ି ମାରିବା ,ନିଦ୍ରା ହୀନତା,ବାରମ୍ବାର ନିଦ୍ରା ଭଙ୍ଗ ହେଵା,ନିଦ୍ରା ସମୟରେ ନିଶ୍ୱାସ ପ୍ରଶ୍ୱାସ କିଛି ସମୟ ପାଇଁ ରୋକି ଯିବା ,ଦିନ ସମୟରେ ଅତ୍ୟଧିକ ନିଦ୍ରା ଆସିବା,ନାର୍କୋଲେପସି(ଅତ୍ୟଧିକ ନିଦ୍ରା ଆସିବା ସ୍ନ୍ୟାୟୁଜନିତ ରୋଗ),ଅସ୍ୱାଭାବିକ ନିଦ୍ରା ଆଚରଣ ସେମାନେ ଡାକ୍ତରଙ୍କ ପରାମର୍ଶରେ ସ୍ଲିପ ଷ୍ଟଡି କରିନେବା ବହୁତ୍ ଜରୁରୀ ।

ସ୍ଲିପ୍ ଷ୍ଟଡି (ନିଦ୍ରା ପରୀକ୍ଷା) ହେଉଛି ଏକ ଯନ୍ତ୍ରଣା ବିହୀନ ବିନା ଫୋଡା ଫୋଡ଼ି ରାତ୍ରି କାଳୀନ ଶୋଇବା ସମୟର ପରୀକ୍ଷା ।ଏହି ପରୀକ୍ଷାରେ ମନୁଷ୍ୟର ମସ୍ତିଷ୍କ ତରଙ୍ଗ,ହୃଦୟର ଗତି,ନିଶ୍ୱାସ କ୍ରିୟାର ଶୈଳି କିମ୍ବା ପ୍ରକ୍ରିୟା, ଅକ୍ସିଜେନ ଲେବୁଲ,ମାଂସପେଶୀ କିମ୍ବା ଆଖିର ଗତି ଜାଣିବା ପାଇଁ ସ୍ଲିପ୍ ଷ୍ଟଡି (ନିଦ୍ରା ପରୀକ୍ଷା) ଦ୍ୟୋରା ନିର୍ଣ୍ଣୟ କରାଯାଏ । ଏହି ଅବସରରେ ଉତ୍କଳ ହସ୍ପିଟାଲର ଚେୟାରମ୍ୟାନ,ଡ ଅଦିତ୍ୟ କୁମାର ସାମଲ କହିଥିଲେ ଉତ୍କଳ ହସ୍ପିଟାଲ୍ ସର୍ବତ୍କୃଷ୍ଟ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାପାଇଁ ସାଧାରଣ ଜନତାଙ୍କ ପାଇଁ ଉତ୍ସର୍ଗୀକୃତ ।

No Result
View All Result