ଖଣ୍ଡପଡ଼ା (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଛି ଜିଲ୍ଲା ପ୍ରଶାସନ। ଆଜି ଅପରାହ୍ନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ନେଇ ଚିଠି ଜାରି କରାଯାଇଥିବା ମହାବିଦ୍ୟାଳୟ ଅଧ୍ୟକ୍ଷା ସ୍ବଚ୍ଛ ସଲୀଳା ମହାପାତ୍ର ସୂଚନା ଦେଇଛନ୍ତି। ତେବେ ନିର୍ବାଚନ ବାତିଲ ପରେ ଛାତ୍ର ଅଶାନ୍ତି ଦେଖା ଦେବା ସହିତ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ କ୍ୟାମ୍ପସ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଛାତ୍ରଛାତ୍ରୀ ମାନେ ଏ ନେଇ କଲେଜ କର୍ତ୍ତୁପକ୍ଷଙ୍କୁ କୈଫୟତ ମାଗିବା ସହିତ ନିର୍ବାଚନ ଦାବି କରିଥିଲେ।















