ମାଲକାନଗିରି (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଜିଲ୍ଲାରେ ଜନସ୍ୱାସ୍ଥ୍ୟ ସଚେତନତା ଓ ରୋଗ ନିରାକରଣକୁ ତ୍ଵରାନିତ କରିବା ଉଦ୍ଦେଶ୍ୟରେ ଆଜି ଜିଲ୍ଲାସ୍ତରୀୟ ଜୋଶ୍ ଦଳର ଶୁଭାରମ୍ଭ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନିଜ ନିଜ ଅଞ୍ଚଳକୁ ଯକ୍ଷ୍ମା ମୁକ୍ତ କରିବାରେ ସଫଳତା ହାସଲ କରିଥିବା ସ୍ଥାନୀୟ ଜନପ୍ରତିନିଧିମାନଙ୍କ ପାଇଁ ଏକ ସମ୍ବର୍ଦ୍ଧନା ସଭାର ମଧ୍ୟ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମାଲକାନଗିରି ସିଡିଏମ ଓ ପିଏଚଓ ଡାକ୍ତର ମାନସ ରଞ୍ଜନ ପଣ୍ଡା ସଭାପତିତ୍ୱ କରିଥିବା ବେଳେ ସାଂସଦଙ୍କ ପ୍ରତିନିଧି ବିଜୟ ମହାରଣା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମଞ୍ଚରେ ଅନ୍ୟ ପ୍ରମୁଖ ଅତିଥିମାନଙ୍କ ମଧ୍ୟରେ ଏଡିପିଏଚଓ (ପରିବାର କଲ୍ୟାଣ) ଡାକ୍ତର ମିନତୀ ମହାନ୍ତି, ଡିଏମଓ (ଏମଏସ) ତଥା ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ସୁରୁମା ବେହେରା, ଏଡିପିଏଚଓ (କୁଷ୍ଠ) ଡାକ୍ତର ଏନଟିସି ବେହେରା ଏବଂ ଏଡିପିଏଚଓ (ଭିବିଡି/ଟିବି) ଡାକ୍ତର ସୌଭାଗ୍ୟ ରଞ୍ଜନ ରଣସିଂହ ପ୍ରମୁଖ ଉପସ୍ଥିତ ଥିଲେ ।
















