No Result
View All Result

ଜଗତସିଂହପୁର ( ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଇଣ୍ଡିଆ ମେଣ୍ଟ ପକ୍ଷରୁ 4ଦଫା ଦାବିନେଇ ଗୁରୁବାର ଓଡିଶା ବନ୍ଦ ଡାକରା ଦିଆଯାଇଥିଲା l ଏଥିରେ କଂଗ୍ରେସ, ସିପିଆଇଏମ ଓ ସିପିଆଇମିଳିତ ଭାବରେ ସାମିଲ ହୋଇଥିଲେ l ବିରିଡି ଛକ ଠାରେ ଏନଏଚ 55 ନମ୍ବର ଜାତୀୟ ରାଜ ପଥ ବନ୍ଦ କରାଯିବା ସହ କର୍ମୀ ମାନେ କଇଜlଙ୍ଗl ଠାରୁ ବସନ୍ତପୁର ପର୍ଯ୍ୟନ୍ତ ସରକାରୀ ବେସରକାରୀ କାର୍ଯ୍ୟlଳୟ ଦୋକାନ ବଜାର ବନ୍ଦ କରିଥିଲେ ହେଲେ ଦୋକାନ ଖୋଲl ରହିଥିଲା ବ୍ଲକ ତହସିଲ ବନ୍ଦ ଥିଲା l ବିଶେଷ କରି 4ଦଫା ଭିତରେ ଏମ ଏମ ଡି ଆର ସଂଶୋଧିତ ଅଧିନିୟମ ତୁରନ୍ତ ରଦ କରିବା, ସିଇସି ଜ୍ଞାନେଶ କୁମାର ଙ୍କ ବହିଷ୍କାର ଓ ଗିରଫ ଦାବି, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ଇସ୍ତଫା, ବନ୍ୟା ବିପତ୍ତି ଓ ସରକାରୀ ଉଦାସୀନତା ଉପରେ ବନ୍ଦ ଡାକରା ଦିଆଯାଇଥିଲା l

ଏହି ବନ୍ଦ ଡାକରାରେ କଂଗ୍ରେସ ପକ୍ଷରୁ ପ୍ରିୟବ୍ରତ ମିଶ୍ର ଙ୍କ ନେତୃତ୍ୱରେ ଇଂ ହିମାଂଶୁ ମଲିକ, ଅନନ୍ତ ଚରଣ ପୃଷ୍ଟି, ଶୁଭେନ୍ଦ୍ର ରାଉତ, କିଶୋର ପଟ୍ଟନାୟକ, ବିମଳ ସେଠୀ, ସୌମ୍ୟ କାନ୍ତ ସିଂ, ରାଜା ଭୋଇ, ଦିପୁ ନାଥ, ସତ୍ୟଜିତ ମହାନ୍ତି, ଅମ୍ରିତ ପଶାୟତ, ଅଜୟ ମଲ୍ଲିକ, ସୁରଜ କାନ୍ତ ଦାସ, ପ୍ରଦୀପ୍ତ ରାଉତ ପ୍ରମୁଖ ବହୁ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ l ସେହିପରି ସିପିଆଇଏମ ର ଗଣେଷ ଚନ୍ଦ୍ର ମାଣିଆ, ଯୁଝିଷ୍ଠିର ଦାସ, ବେଣୁଧର ବାରିକ, ପ୍ରଶାନ୍ତ ମାଣିଆ, କେଦାରନାଥ ମଲ୍ଲିକ, ଅଜୟ ଭୋଇ, ଉମେଶ ଦାସ, ରୋହିତ ସ୍ୱାଇଁ, ପ୍ରମୁଖ ଯୋଗଦେଇଥିବାବେଳେ ସିପିଆଇ ପକ୍ଷରୁ ତ୍ରୈଲୋକ୍ୟ ଜେନା, ନାରାୟଣ ଭୋଳ, ବିଷ୍ଣୁ ଦଳାଇ, ଗୌରାଙ୍ଗ ବୋଷ, ବଳରାମ ସେଠୀ, ଆଲୋକ ମହାପାତ୍ର, ରବୀନ୍ଦ୍ର ବାରିକ ପ୍ରମୁଖ ବହୁକର୍ମୀ ସାମିଲ ହୋଇଥିଲେ l

No Result
View All Result