ନୟାଗଡ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଉତ୍କଳ ବିଶ୍ୱବିଦ୍ୟାଳୟ ଓଡ଼ିଆ ବିଭାଗ ମୁଖ୍ୟ ପ୍ରଫେସର ରମେଶ ଚନ୍ଦ୍ର ମଲ୍ଲିକ୍ ଓ ଓଡ଼ିଆ ବିଭାଗର ୩ ଜଣ ଗବେଷଣା ରତ ଛାତ୍ର ଛାତ୍ରୀ ଦାଶରଥି ପଟ୍ଟନାୟକ ଆନ୍ତର୍ଜାତିକ ପାଠାଗାର ସଂଗ୍ରହାଳୟ ରେ ଥିବା ପୁରାତନ ଓ ଦୁର୍ଲଭ ତାଳପତ୍ର ପୋଥି ରୁ ଅନେକ ଗବେଷଣା ତଥ୍ୟମାନ ସଂଗ୍ରହ କଲେ l

( ଅନୁବାଦ ସାହିତ୍ୟ ଓ ସମକାଳୀନ ଓଡ଼ିଆ ନାଟକରେ ସାମାଜିକ ବାସ୍ତବତା) ବିଷୟରେ ଗବେଷଣା କାର୍ଯ୍ୟ ସମ୍ପାଦନା କରି ଖୁବ୍ ଖୁସି ପ୍ରକଟ କଲେ ଛାତ୍ର, ଛାତ୍ରୀ ମାନେ l ପ୍ରବାଦ ପୁରୁଷ ଓ ବିସ୍ମୟ ସାଧକ ଦାଶରଥି ପଟ୍ଟନାୟକ ( ଦାସିଆ ଅଜା) ଙ୍କ ଅସାଧାରଣ ସାଧନା ଓ ବିଶ୍ୱ ବିଦିତ କିର୍ତ୍ତୀ ସମ୍ପର୍କେ ପ୍ରଫେସର ରମେଶ ସାର୍ ଛାତ୍ର, ଛାତ୍ରୀ ମାନଙ୍କୁ ଅବଗତ କଲେ l ଛାତ୍ର ଛାତ୍ରୀ ମାନେ ଖୁବ୍ ଆନନ୍ଦିତ ହେଲେ l














