
ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- “ୟୁଥ” ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଆସନ୍ତା ନଭେମ୍ବର ମାସରେ ଭଜନ ସମ୍ରାଟ ଭିକାରୀ ବଳଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ‘ଭିକାରୀ ବଳ ସମ୍ମାନ- ୨୦ ୨୬’ ଅନୁଷ୍ଠିତ ହେବାକୁ ଯାଉଅଛି । ଏହି ଅବସରରେ “ ୟୁଥ” ତରଫରୁ ଚଳିତ ବର୍ଷ ବରିଷ୍ଠ ଗୀତିକାର ଶ୍ରୀମତୀ ମାଳତି ଲତା ପ୍ରଧାନଙ୍କୁ ‘ଭଜନ ସମ୍ରାଟ ଭିକାରୀ ବଳ ସମ୍ମାନ- ୨୦ ୨୬’ ରେ ସମ୍ମାନିତ କରାଯିବ ।
ଏହି ଅବସରରେ “ଭିକାରୀ ବଳ ସଂଗୀତ ପ୍ରତିଯୋଗୀତା-୨୦୨୬” (କେବଳ ଭିକାରୀ ବଳ ଗାଇ ଥିବା ସଂଗୀତ) ତା. ୦୪.୧୦.୨୦୨୬, ରବିବାର, ସମୟ- ସକାଳ ୧୦.୩୦ ରେ ଗୀତଗୋବିନ୍ଦ ସଦନ, ଜୟଦେବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି ।

ସର୍ବ କନିଷ୍ଟ ବର୍ଗରେ ୪୦ ଜଣ, କନିଷ୍ଟ ବର୍ଗରେ ୨୮ ଜଣ ଓ ବରିଷ୍ଟ ବର୍ଗରେ ୩୫ ଜଣ ପ୍ରତିଯୋଗୀ ଓଡିଶାର ବିଭିନ୍ନ ଜିଲ୍ଲାରୁ ଅଂଶଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ, ଶ୍ରୀମତୀ ସାଗରୀକା ପଟ୍ଟନାୟକ (ବରିଷ୍ଠ ଗାୟିକା) ଓ ବିଶିଷ୍ଟ ଗୀତିକାର ଶ୍ରୀଯୁକ୍ତ ରାଧାନାଥ ଦାସ, ନୂତନ ଭାବେ ମନୋନୀତ ହୋଇଥିବା ଭୁବନେଶ୍ବର ଜିଲ୍ଲା ସାଂସ୍କୃତିକ ସେଲ୍ ର ସଂଯୋଜକ ଭାବେ ଶ୍ରୀ ସଚିନ କୁମାର ରଥ, ପ୍ରଫେସର ଡ. ଶ୍ରୀନିବାସ ଘଟୁଆରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ।

ବରିଷ୍ଠ ଗୀତିକାର ତଥା କଣ୍ଠଶିଳ୍ପୀ ଶ୍ରୀକର ପାଢୀ, ସୌରଭ ନାୟକ, ଆଲୋକ କୁଣ୍ଡୁ, ନନି ଗୋପାଳ ଦାଶ, ଅଲିଭା ସ୍ମୃତି ରଥ, ମନ୍ଦାକିନୀ ଶ୍ରେୟା, ଅପର୍ଷା ପାଣି, ବିଚାରକ ଭାବେ ଯୋଗଦେଇଥିଲେ । “ୟୁଥ”ର କାର୍ଯ୍ୟକାରୀ ସଂଯୋଜକ ଅମୃତା ଲୋପାମୁଦ୍ରା ପରିଚାଳନା କରିବା ସହ ଉପସ୍ଥିତ ଅତିଥୁ ପ୍ରତିଯୋଗୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ କୃତ୍ତୀବାସ ବେହେରା ସଂଗୀତ ପ୍ରତିଯୋଗୀତାକୁ ସଂଯୋଜନା କରିଥିଲେ ।














