ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ହିଞ୍ଜିଳି ଥାନା ଅଞ୍ଚଳରେ ଚୋର,ଲୁଟେରା ଗ୍ୟାଙ୍ଗର ପ୍ରାଦୁର୍ଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି । ହିଞ୍ଜିଳି ଥାନା ଅଞ୍ଚଳ ଏବେ ଅପରାଧିଙ୍କ ଚରାଭୂଇଁ ପାଲଟି ଯାଇଥିବା ବିଗତ ଦିନର କିଛି ଅପରାଧିକ ଘଟଣାରୁ ଜଣାପଡିଛି। ଗତ ଶନିବାର ହିଞ୍ଜିଳି ଥାନା ଜାତୀୟ ରାଜପଥ ନଂ ୫୯ ପାର୍ଶ୍ୱ ଖଣ୍ଡରା ଛକ ଠାରେ ରାତ୍ର ପ୍ରାୟ ଆଠ ଘଣ୍ଟା ସମୟରେ ଦୁର୍ବୃତ୍ତ ମାନେ ଜଣେ ସ୍କୁଟି ଚାଳକଙ୍କୁ ମାଡ ମାରିଥିଲେ । ତାଙ୍କ ପାଖରେ ଥିବା ୧୧୦୦ ଟଙ୍କା ଲୁଟି ନେବା ପରେ ସେ ହାତରେ ପିନ୍ଧିଥିବା ସୁନାମୁଦିକୁ ଟାଣି ଓଟାରି ନେବା ପାଇଁ ଉଦ୍ୟମ କରିଥିଲେ ।

ସେହି ସମୟରେ କିଛି ଲୋକଙ୍କ ଗହଳି ଦେଖୀ ଦୁବୃର୍ତ୍ତ ମାନେ ଏକ ପଲସର ବାଇକରେ ଘଟଣା ସ୍ଥଳରୁ ଚମ୍ପଟ୍ ମାରିଥିଲେ। ସ୍କୁଟି ଚାଳକ ଜଣକ ହିଞ୍ଜିଳି ଥାନା ପୌରାଞ୍ଚଳର ଜଣେ କଲେଜ ଛାତ୍ର ବୋଲି ଜଣାପଡିଛି । ଗତ କିଛି ଦିନ ଧରି ଖଣ୍ଡରା - ପିତଳ ରାସ୍ତା ମଧ୍ୟରେ ବିଭିନ୍ନ ଛୋଟ ବଡ଼ ଅସାମାଜିକ କାର୍ଯ୍ୟକଳାପ ଘଟିଥିବା ଜଣାପଡ଼ିଛି । ଛକ ଠାରେ ଥିବା ଏକ ପାନ ବିଡି ଦୋକାନ ଅସାମାଜିକ ଯୁବ ଗୋଷ୍ଠୀଙ୍କ ଆଡ୍ଡା ସ୍ଥଳୀ ପାଲଟିଛି ।

ନିଶା ଦ୍ରବ୍ୟ ସେବନ ସହ ଦୁର୍ବୃତ୍ତ ମାନେ ସୁଯୋଗ ସୁଵିଧା ଉଣ୍ଡି ଲୁଟ୍, ରାହାଜାନୀ କରି ପଲସର ବାଇକରେ ଘଟଣା ସ୍ଥଳରୁ ଫେରାର ହେବାରେ ସଫଳ ହେଉଥିବା ସୂଚନା ମିଳିଛି । ଏହା ବ୍ୟତୀତ ଅନ୍ଧାର ରାତିର ସୁଯୋଗ ନେଇ ସମ୍ପୃକ୍ତ ରାସ୍ତା ଦେଇ ବହୁ ବେଆଇନ କାର୍ଯ୍ୟକଳାପ, ଚୋରା ଚାଲାଣ ହେଉଥିବା ଜଣାପଡ଼ିଛି । ଅପରାଧୀଙ୍କ ଆତଙ୍କ ଯୋଗୁଁ ସାଧାରଣ ଲୋକଙ୍କ ଜୀବନ ଜୀବିକା ଅସୁରକ୍ଷିତ ହୋଇ ପଡିଛି । ଏ ଦିଗରେ ପୁଲିସ ଅଧିକ ତତ୍ପରତା ପ୍ରକାଶ କରି ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ଭରସା ଯୋଗ୍ୟ ପଦକ୍ଷେପ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି ।