
ପୁରୀ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୀବନୀ, ଆଦର୍ଶ ଚିର ଅମର।ସେମାନଙ୍କ ବିଚାର ଧାରା ସମଗ୍ର ପୃଥିବୀ କୁ ସବୁ ସମୟରେ ମାର୍ଗଦର୍ଶନ ଦେଇ ଚାଲିଥିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା।ଆଜି ପୂର୍ବାହ୍ନରେ ସଦଭାବନା ସଭାଗୃହ ଠାରେ ପୁରୀ ଜିଲ୍ଲା ସ୍ତରୀୟ ଗାନ୍ଧିଜୀଙ୍କ ୧୫୭ ତମ ଓ ଶାସ୍ତ୍ରୀଜୀ ଙ୍କ ୧୨୨ ତମ ଜୟନ୍ତୀ ପାଳିତ ହୋଇଥିଲା । ଅତିଥି ମାନେ ଦୁଇ ମହାପୁରୁଷ ଙ୍କ ଫଟୋ ଚିତ୍ର ରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ବଳନ କରିଥିଲେ ।

ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଜିର ଦିନ ରେ ଜନ୍ମ ହୋଇ ଥିବା ଦୁଇ ମହାପୁରୁଷ ଙ୍କ ଜୀବନୀ ଆମକୁ ସତ୍ୟ, ନ୍ୟାୟ ଓ ଅହିଂସା ପଥରେ ଯିବାର ପ୍ରେରଣା ଦେଉଛି।ବର୍ଣ୍ଣ ବୈଷମ୍ୟତା ଦୂର ସହ ବିଭିନ୍ନ ପ୍ରକାର ଆନ୍ଦୋଳନ ମାଧ୍ୟମରେ ଏକ ଦୃଢ ଓ ପ୍ରଗତିଶୀଳ ସମାଜ ଗଠନ ରେ ସେମାନଙ୍କ ଅବଦାନ ଅବିସ୍ମରଣୀୟ।ପ୍ରତେକ ଙ୍କ ମଧ୍ୟରେ ପ୍ରତିଭା ରହିଛି । ଏହାର ବିକାଶ ତାଙ୍କୁ ଶ୍ରେଷ୍ଠ କରିଥାଏ ।ଗାନ୍ଧୀଙ୍କ ସ୍ବଦେଶୀ ଅଭିଯାନ ଏବେବି ସମସ୍ତଙ୍କୁ ପ୍ରଭାବିତ କରିଛି । ସମଗ୍ର ବିଶ୍ବ ଗାନ୍ଧିଜୀଙ୍କ ଅହିଂସା ମନ୍ତ୍ର କୁ ଗ୍ରହଣ କରିପାରିଲେ ଏହା ବିଶ୍ବ ଶାନ୍ତି ରେ ସହାୟକ ହୋଇ ପାରିବ ବୋଲି ସେ କହିଥିଲେ ।

ଏଥିରେ ଯୋଗ ଦେଇ ଉପ ଜିଲ୍ଲାପାଳ ରାଜ କିଶୋର ଜେନା ଓ ସର୍ବୋୟ ମେଳା ସମିତିର ସଭାପତି ଉମା ବଲ୍ଲଭ ମହାପାତ୍ର ଉଭୟ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୀବନକୁ ଅନୁଧ୍ୟାନ କଲେ ସରଳ ଜୀବନ ହିଁ ସଫଳ ଜୀବନ ବୋଲି ସମସ୍ତେ ଜାଣି ପାରନ୍ତି । ସତ୍ୟ, ଅହିଂସା, ପ୍ରତିବଦ୍ଧତା ଓ ସ୍ବାଭିମାନର ପ୍ରତୀକ ଏହି ମହାମାନବ ଆମ ରାଷ୍ଟ୍ର ର ଗର୍ବ ଓ ଗୌରବ।ବିଶ୍ବ ଥିବା ଯାଏଁ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଙ୍କ ଆଦର୍ଶ ଓ ବିଚାରଧାରା ସମଗ୍ର ମାନବ ଜାତି କୁ ଅନୁପ୍ରାଣିତ କରି ଚାଲିଥିବ ବୋଲି ସେମାନେ କହିଥିଲେ । ସମାଜସେବୀ ତଥା ଗାନ୍ଧୀବାଦି ଗୌରାଙ୍ଗ ଚରଣ ପରିଡା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୀବନୀ ଉପରେ ବିସ୍ତୃତ ଆଲୋଚନା କରିବା ସହ ଆମ ପ୍ରତ୍ୟେକ ଙ୍କ ମଧ୍ୟରେ ଉଭୟ ମହାପୁରୁଷଙ୍କ ବିଚାରଧାରା ରହିଛି ।














