ପଡ଼ିଆ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ଚର୍ଚ୍ଚ ପ୍ରାଙ୍ଗଣରେ ପବିତ୍ର ଗାନ୍ଧୀ ଜୟନ୍ତୀ ବେଶ୍ ଉତ୍ସାହ ଓ ଉଦ୍ଦୀପନା ସହକାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସ୍ଥାନୀୟ ସାମ୍ବାଦିକ ଭାଇ ଓ ଭଉଣୀମାନଙ୍କୁ ନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ଉପସ୍ଥିତ ସାମ୍ବାଦିକମାନେ ମହାତ୍ମା ଗାନ୍ଧୀଙ୍କ ଜୀବନୀ ଓ ସମାଜ ପ୍ରତି ତାଙ୍କର ଅବଦାନ ସହିତ ବର୍ତ୍ତମାନ ସମୟରେ ବୃକ୍ଷର ମହତ୍ତ୍ୱ ଉପରେ ଅନେକ ଜ୍ଞାନପ୍ରଦ ଓ ମୂଲ୍ୟବାନ ବକ୍ତବ୍ୟ ରଖିଥିଲେ ।















