ଖୋର୍ଦ୍ଧାରୋଡ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଖୋର୍ଦ୍ଧାରୋଡ ମଣ୍ଡଳ ଅଧୀନସ୍ଥ ଇଷ୍ଟ କୋଷ୍ଟ ରେଲୱେ ସ୍ପୋର୍ଟସ୍ ଆସୋସିଏସନ୍ (ECORSA) ପକ୍ଷରୁ ଖୋର୍ଦ୍ଧାରୋଡ ରେଳବାଇ ଷ୍ଟାଡିୟମ୍ରେ ଭାରତୀୟ ରେଳ ପୁରୁଷ କ୍ରିକେଟ୍ ଦଳର ଚୟନ ପ୍ରକ୍ରିୟା ଓ ପ୍ରଶିକ୍ଷଣ ଶିବିର ସଫଳତାର ସହ ସମ୍ପନ୍ନ ହୋଇଛି। ଏହି ଅବସରରେ ଚୟନିତ ଖେଳାଳିମାନଙ୍କୁ ଉତ୍ସାହିତ କରିବା ଓ ତାଙ୍କର ମନୋବଳ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଆଜି ଷ୍ଟାଡିୟମ୍ ପରିସରରେ ଏକ ସ୍ୱତନ୍ତ୍ର ସମ୍ମାନ ସମାରୋହ ଆୟୋଜିତ ହୋଇଥିଲା । ଖୋର୍ଦ୍ଧାରୋଡ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଡି. ସୁନୀଲ ଚୟନିତ ଖେଳାଳିମାନଙ୍କୁ ସମ୍ମାନିତ କରିଥିଲେ। ଏହି ସମାରୋହରେ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ/ଇନ୍ଫ୍ରା ଶ୍ରୀ ରାଜଧାରୀ ଯାଦବ, ବରିଷ୍ଠ ମଣ୍ଡଳ ବାଣିଜ୍ୟିକ ପ୍ରବନ୍ଧକ ତଥା ମଣ୍ଡଳ କ୍ରୀଡ଼ା ଅଧିକାରୀ ଶ୍ରୀ ଅନିଲ କୁମାର ଏସ୍., ବରିଷ୍ଠ ମଣ୍ଡଳ ଇଞ୍ଜିନିୟର/ସମନ୍ୱୟ ଶ୍ରୀ ପଙ୍କଜ ନାଗୱାନୀ ଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ରେଳ ଅଧିକାରୀ ଉପସ୍ଥିତ ଥିଲେ।
















