କଟକ (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) କଟକ :- ଯୁବ ସମାଜସେବୀ ଟିଟନ ସାହୁଙ୍କୁ ବିଶ୍ବସ୍ତରୀୟ ଉତ୍କର୍ଷ ସମ୍ମାନ -୨୦୨୬ ରେ ସମ୍ମାନିତ କରାଯାଇଥିବା ଜଣାପଡିଛି।ମସ୍କୋ ଗବେଷଣା ବିଶ୍ୱ ବିଦ୍ୟାଳୟର ମୂଲ୍ୟାୟନ ପରିଷଦ ଓ ସଚିବାଳୟ ପକ୍ଷରୁ ଶ୍ରୀ ସାହୁଙ୍କୁ ଏହି ସମ୍ମାନ ନିମନ୍ତେ ଚୟନ କରାଯିବା ପରେ ଭୁବନେଶ୍ବର ଠାରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ନେଇ ସୂଚନା ମିଳିଛି।ଲୋରିଅଲ ଇଷ୍ଟେଟ ଭେଞ୍ଚର୍ସର ପରିଚାଳନା ନିର୍ଦ୍ଦେଶକ ଭାବେ ଶ୍ରୀ ସାହୁଙ୍କର ଉଦ୍ୟୋଗ ପରିଚାଳନାରେ ଦକ୍ଷତା,
















