ପାରଳାଖେମୁଣ୍ଡି (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଗୁମ୍ମା ବ୍ଲକ ଅନ୍ତର୍ଗତ ସେରଙ୍ଗ ଅଞ୍ଚଳରେ ଆଜି ଫୁଡ୍ ସେଫ୍ଟି ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିଭିନ୍ନ ହୋଟେଲ ଓ ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବା ଖାଦ୍ୟ ପଦାର୍ଥର ଗୁଣବତ୍ତା, ନିରାପତ୍ତା ଓ ମାନ ଯାଞ୍ଚ କରିବା ଉଦ୍ଦେଶ୍ୟରେ ବିଭାଗୀୟ ଅଧିକାରୀମାନେ ଏହି ଯାଞ୍ଚ କରିଥିବା ଜଣାପଡ଼ିଛି।ଏହି ଚଢ଼ାଉ ସମୟରେ ବିଭିନ୍ନ ହୋଟେଲ ଓ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ପଦାର୍ଥ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀକୁ ଯାଞ୍ଚ କରାଯାଇଥିଲା। ଏଥିସହ କିଛି ଖାଦ୍ୟ ପଦାର୍ଥର ନମୁନା ସଂଗ୍ରହ କରି ଅଧିକୃତ ପରୀକ୍ଷାଗାରରେ ମାନ ପରୀକ୍ଷଣ ପାଇଁ ନିଆଯାଇଛି।
















