କଟକ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଆଗାମୀ ପାର୍ବଣ ଲାଗି କଟକ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚୋରା ନିଶା ବେପାରୀଙ୍କ ଉପରେ ତୀକ୍ଷ୍ମ ନଜର ରଖାଯାଇଛି ଏବଂ ଚୋରା ନିଶା କାରବାରକୁ ରୋକିବା ପାଇଁ ବ୍ୟାପକ ଚଢାଉ ଜାରି ରହିଛି। ଏହି କାର୍ଯ୍ୟକ୍ରମକୁ ହାତକୁ ନେଇଥିବା କଟକ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ କରୁଣା ଶଙ୍କର ତ୍ବିଓ୍ବାରୀ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଚୋରା ହିରୋଇନ୍ ଚାଲାଣର ଖବର ପାଇ ତୁରନ୍ତ ପଦକ୍ଷେପ ନେବାକୁ ନିଜ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।















