– ଭାରତୀୟ ପାଣିପାଗ ଉପରେ କରାଯାଇଥିବା ୫୨ ବର୍ଷିଆ (୧୯୭୧-୨୦୨୨) ବିଶ୍ଳେଷଣରୁ ଜଣାଯାଇଛି ଯେ, ପୂର୍ବ ତଟରେ ଅବସ୍ଥିତ ଓଡ଼ିଶା ଦେଶର ଅନ୍ୟତମ ପ୍ରମୁଖ ସର୍ବାଧିକ ମରୁଡି ପ୍ରଭାବିତ ଅଞ୍ଚଳ ଭାବେ ଚିହ୍ନଟ ହୋଇଛି, ଯେଉଁଠାରେ ୨୦୧୧-୨୦୨୧ ମଧ୍ୟରେ ପ୍ରତି ଦଶନ୍ଧିରେ ମାତ୍ରାଧିକ ମରୁଡି ପ୍ରଭାବିତ ଅଞ୍ଚଳ ପରିମାଣ ୨୦%ରୁ ଅଧିକ ବୃଦ୍ଧିପାଇଛି ।
– ଜାତୀୟସ୍ତରରେ ଉତ୍ତାପ ଏବଂ ମରୁଡିର ପ୍ରାବଲ୍ୟ କାଁ ଭାଁ ଅଞ୍ଚଳରୁ ବୃହତ୍ ଅଞ୍ଚଳ, ସଂଯୁକ୍ତ ଅଞ୍ଚଳକୁ ସମ୍ପ୍ରସାରିତ ହେଉଛି, ଏବଂ ମରୁଡି ସବୁଠାରୁ ଦ୍ରୁତଗତିରେ ବୃଦ୍ଧିପାଉଥିବା ବିପଦ ପାଲଟିଛି ।
– ଅଧ୍ୟୟନରେ ପୂର୍ବାଞ୍ଚଳ ଏବଂ ଦକ୍ଷିଣଭାରତ ନିମନ୍ତେ ଜଳ ଓ ମରୁଡି ସହନଶୀଳତାକୁ ପ୍ରାଥମିକତା ଦେବାକୁ ଆହ୍ୱାନ ଦିଆଯାଇଛି ।
ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଭାରତର ପାଣିପାଗ ସମ୍ପର୍କରେ ୧୯୭୧ରୁ ୨୦୨୨ ପର୍ଯ୍ୟନ୍ତ ଅନୁଧ୍ୟାନ କରିଥିବା ଏକ ନୂତନ ଜାତୀୟ ଅଧ୍ୟୟନରେ ଜଣାଯାଇଛି ଯେ ମରୁଡି ପରିସ୍ଥିତି ତୀବ୍ର ହେଉଛି ଏବଂ ଏହା ପ୍ରସାରିତ ହେବାରେ ଲାଗିଛି ଏବଂ ଏଥିରେ ଉକ୍ତ ଅଞ୍ଚଳଗୁଡିକ ମଧ୍ୟରେ ପୂର୍ବ ତଟ ରାଜ୍ୟଗୁଡିକ ମଧ୍ୟରେ ଓଡ଼ିଶାକୁ ଦେଶର ସର୍ବାଧିକ ଉଚ୍ଚାରିତ ମରୁଡି ପ୍ରବଣ ଅଞ୍ଚଳ ଭାବରେ ଚିହ୍ନିତ କରିଛି । ଝଡବାତ୍ୟା ଏବଂ ବନ୍ୟାର ଶିକାର ହେଉଥିବା ଏକ ରାଜ୍ୟ ଭାବରେ ଦୀର୍ଘକାଳରୁ ପରିଚିତ ଓଡ଼ିଶା ପାଇଁ ଅଧ୍ୟୟନ ଫଳାଫଳରେ ଏକ ଦ୍ୱିତୀୟ ଏବଂ ମନ୍ଥର ଗତିରେ ବଢୁଥିବା ବିପଦ ଏବେ ମାନଚିତ୍ରରେ ଦୃଢ ସ୍ଥାନ ନେଇସାରିଛି ।

‘ଇଭୋଲୁ୍ୟସନ୍ ଅଫ କ୍ଲାଇମେଟ ଏକ୍ସଟ୍ରିମ୍ସ୍ ଓଭର ଦି ଇଣ୍ଡିଆନ୍ ସବ୍କଣ୍ଟିନେଣ୍ଟ ୟୁଜିଂ ଏକ ରିଭାଇଜଡ୍ ସିଇଆଇ’ ଶୀର୍ଷକ ଏହି ଅଧ୍ୟୟନ ରିପୋର୍ଟ ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲ ଅଫ୍ କ୍ଲାଇମେଟୋଲୋଜିରେ ପ୍ରକାଶିତ ହୋଇଥିବାବେଳେ ତାହାକୁ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଏବଂ ନ୍ୟାସନାଲ ସେଣ୍ଟର ଫର୍ ମିଡିୟମ୍ ରେଞ୍ଜ ୱେଦର ଫୋରକାଷ୍ଟିଂ (ଏନ୍ସିଏମ୍ଆରଡବ୍ଲୁ୍ୟଏଫ)ର ବୈଜ୍ଞାନିକମାନେ ସମୀକ୍ଷା କରିଛନ୍ତି, ଯେଉଁଥିରେ ସାତଟି ପୃଥକ ବିପଦ ଯଥା: ଦିନ ସମୟରେ ଉତ୍ତାପ, ଆର୍ଦ୍ରତା ଜନିତ ଉତ୍ତାପ, ମାତ୍ରାଧିକ ଗ୍ରୀଷ୍ମ ପ୍ରବାହ ଓ ମରୁଡି ଆଦି ସାତଟି ପୃଥକ ବିପଦକୁ ଆଇଏମ୍ଡିର ୫୨ ବର୍ଷର ପର୍ଯ୍ୟବେକ୍ଷଣ ଆଧାରରେ ପ୍ରସ୍ତୁତ ଗୋଟିଏ ଇଣ୍ଡିଆ କ୍ଲାଇମେଟ୍ ଏକ୍ସଟ୍ରିମସ୍ ଇଣ୍ଡେକ୍ସରେ ଏକତ୍ର କରାଯାଇଛି ଏବଂ ସେଥିରେ ମାନ୍-କେଣ୍ଡାଲ୍ ପଦ୍ଧତିକୁ ବ୍ୟବହାର କରି ଧାରାର ପରୀକ୍ଷା କରାଯାଇଛି ।
ଦେଶରେ ମରୁଡି କିଭଳି ସ୍ଥାନାନ୍ତରିତ ହୋଇଛି ସେ ସମ୍ପର୍କିତ ମାନଚିତ୍ର ପ୍ରସ୍ତୁତ କରି ଅଧ୍ୟୟନରେ ଜାଣିବାକୁ ମିଳିଛି ଯେ ୨୦୧୧ ଓ ୨୦୨୧ ମଧ୍ୟରେ ଦକ୍ଷିଣ, କେନ୍ଦ୍ର ଓ ଉତ୍ତର ପୂର୍ବ ଭାରତର ବୃହତ୍ ଅଞ୍ଚଳ ମରୁଡି ପ୍ରଭାବିତ ହୋଇଥିଲା ଏବଂ ତାହା ପ୍ରତି ଦଶନ୍ଧି ପିଛା ୨୦%ରୁ ଅଧିକ ରହିଥିଲା । ୧୯୮୧-୧୯୯୧ ସମୟ ତୁଳନାରେ ମରୁଡି ପ୍ରଭାବିତ ଅଞ୍ଚଳ ୨୦%ରୁ ୩୦% ବୃଦ୍ଧି ପାଇଥିଲା । ଅଧ୍ୟୟନ ରିପୋର୍ଟର ଲେଖକଗଣ ଉଲ୍ଲେଖ କରିଛନ୍ତି ଯେ ସର୍ବାଧିକ ମରୁଡି ପ୍ରବଣ ଅଞ୍ଚଳ ଭାବରେ ଉଚ୍ଚାରିତ ସ୍ଥାନଗୁଡିକ ପୂର୍ବ ତଟ ରାଜ୍ୟଗୁଡିକରେ ରହିଛି ଏବଂ ସେମାନେ ଏହି ଅଞ୍ଚଳଗୁଡିକୁ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ବୋଲି ପ୍ରକାଶ କରିଛନ୍ତି ।
“ପୂର୍ବ ତଟ ସର୍ବଦା ଝଡବାତ୍ୟା ଓ ବନ୍ୟାର ସମ୍ମୁଖୀନ ହୋଇଆସିଛି, କିନ୍ତୁ ଆମର ପଚାଶ ବର୍ଷରେ ରେକର୍ଡ ଦର୍ଶାଉଛି ଯେ ଏଠାରେ ମରୁଡି ମଧ୍ୟ ଏକ ବଡ ବିପଦ ଭାବରେ ଉଭା ହେଉଛି । ଓଡ଼ିଶା ସମ୍ପ୍ରତି ଦେଶର ସର୍ବାଧିକ ଉଚ୍ଚାରିତ ମରୁଡି ପ୍ରବଣ ଅଞ୍ଚଳ ମଧ୍ୟରେ ରହିଛି ଏବଂ ଏଭଳି ପରିବର୍ତ୍ତନ ନିମନ୍ତେ ଉପକୂଳ ଝଡଜନିତ ଆପଦର ସମ୍ମୁଖୀନ ହେଉଥିବାବେଳେ ଯୋଜନାଗତ ଦିଗ ପ୍ରତି ସମାନ ଧ୍ୟାନ ଦିଆଯିବା ଆବଶ୍ୟକ କରୁଛି ।”
– ଏମ୍. ରାଜୀବନ୍, ସହ-ଲେଖ, ଆତ୍ରିଆ ୟୁନିଭରସିଟି, ବେଙ୍ଗାଲୁରୁ “ମରୁଡି ବ୍ୟାପକ ହୋଇଥିବା ଅଞ୍ଚଳଗୁଡିକର ମାନଚିତ୍ର ଆମେ ପ୍ରସ୍ତୁତ କରିବା ସମୟରେ ପୂର୍ବତଟ ଅଞ୍ଚଳ ସେଥିରେ ସ୍ପଷ୍ଟ ଭାବରେ ସ୍ଥାନ ପାଇଥିଲା । ସେଠାରେ ମରୁଡି ପ୍ରଭାବିତ ଅଞ୍ଚଳ ଗତ ତିରିଶ ବର୍ଷ ମଧ୍ୟରେ ପ୍ରତି ଦଶନ୍ଧିରେ ଏକ ପଞ୍ଚମାଂଶରୁ ଅଧିକ ବୃଦ୍ଧିପାଇଛି ।” -ଥୋଟା ମୋହନ, ଲିଡ୍ ଅଥର, ନ୍ୟାସନାଲ ସେଣ୍ଟର୍ ଫର ମିଡିୟମ ରେଞ୍ଜ୍ ୱେଦର ଫୋର୍କାଷ୍ଟିଂ ମରୁଡି ପ୍ରବଣ ଅଞ୍ଚଳ ତଥ୍ୟାନୁସନ୍ଧାନ ସାମର୍ଥ୍ୟ ଆଧାରରେ ଅଧ୍ୟୟନ ରିପୋର୍ଟରେ ପୂର୍ବ ତଟ ନିମନ୍ତେ ଜଳ ଓ ମରୁଡି ସହନଶୀଳତାକୁ ଅଗ୍ରାଧିକାର ବିଷୟ ଭାବରେ ଦର୍ଶାଯାଇଛି ।
ଲେଖକଗଣ ଗ୍ରହଣୀୟତାକୁ କୃଷି, ଜଳ ପରିଚାଳନା, ସ୍ୱାସ୍ଥ୍ୟ ଓ ଭିତ୍ତିଭୂମି ଆଦି ବହୁ କ୍ଷେତ୍ରୀୟ ଭାବରେ ଉଲ୍ଲେଖ କରିଛନ୍ତି ଏବଂ ସେମାନେ ସତର୍କ କରାଇ ଦେଇଛନ୍ତି ଯେ ଅଞ୍ଚଳ- ହାରାହାରି ସଂଖ୍ୟାଗୁଡିକ ସ୍ଥାନୀୟ ମାତ୍ରାଧିକ ପରିସ୍ଥିତିକୁ ଢାଙ୍କି ଦେଇପାରେ, ଯେଉଁଥିପାଇଁ ଉକ୍ତ ବିଷୟ ସମ୍ପର୍କରେ ନିଖୁଣ ଭାବରେ, ଜିଲ୍ଲାସ୍ତରରେ ନିରୀକ୍ଷଣର ଆବଶ୍ୟକତା ରହିଛି । ସେମାନେ ଇଣ୍ଡେକ୍ସକୁ ଏକ କାର୍ଯ୍ୟକାରିତାଗତ ସାଧନ ଭାବରେ ପ୍ରସ୍ତାବିତ କରିଛନ୍ତି, ଯାହାକୁ ଏଜେନ୍ସିଗୁଡିକ (ସଂସ୍ଥା) କେଉଁ ଅଞ୍ଚଳରେ ଚାପ ବଢୁଛି ତାହା ଠାବ କରିବାକୁ ପ୍ରତିବର୍ଷ ଉପଯୋଗ କରିପାରିବେ ।














