କଟକ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ସମଗ୍ର ଭାରତବର୍ଷର ଭାରତ ବର୍ଷର ସଂସ୍କୃତି ଓ କଳା କୁ ସମଗ୍ର ବିଶ୍ଵରେ ପରିଚିତ କରାଇବାର ସଦାସର୍ବଦା ପ୍ରଚେଷ୍ଟା କରି ଚାଲିଥିବା ଭାରତର ଅଗ୍ରଣୀ ଅନୁଷ୍ଠାନ “ଭାରତୀୟ ନାଟ୍ୟ ସଂଘ” ଓଡ଼ିଶା ଶାଖାର ଆଜି କଟକର ଗାନ୍ଧୀ ଭବନ ଠାରେ ଏକ ସାଙ୍ଗଠନିକ ବୈଠକ ଓ ସଂଘର ନିୟମାନୁଯାୟୀ ଆଗାମୀ ତିନି ବର୍ଷ ଲାଗି କର୍ମକର୍ତ୍ତା ଚୟନର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ଲାଗି ରାଷ୍ଟ୍ରୀୟ କମିଟି ପକ୍ଷରୁ ଶ୍ରୀ ଶିବଲାଲ୍ ସାଗର ଓ କୋଷାଧ୍ୟକ୍ଷ ଶ୍ରୀ ସୁନୀଲ ଦତ୍ତ ବିଶ୍ଵକର୍ମା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ଲାଗି ଭାରତୀୟ ନାଟ୍ୟ ସଂଘର ରାଷ୍ଟ୍ରୀୟ ସଂଗଠନ ସମ୍ପାଦକ ତଥା ଓଡ଼ିଶାର ବରିଷ୍ଠ ସଦସ୍ୟ ଶ୍ରୀ ସଞ୍ଜୟ କୁମାର ଶତପଥୀଙ୍କୁ ଦାୟିତ୍ଵ ଅର୍ପଣ କରାଯାଇଥିଲା । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ନାଟ୍ୟ ସଂଘର ସଦସ୍ୟମାନଙ୍କୁ ନେଇ ଏକ ସାଧାରଣ ବୈଠକର ଆୟୋଜନ କରାଯାଇଥିଲା, ଯେଉଁଥିରେ ପ୍ରାକ୍ତନ ସଭାପତି ଶ୍ରୀ ରାମଚନ୍ଦ୍ର ସାସମଲ ସଭାପତିତ୍ବ କରିଥିଲାବେଳେ ପ୍ରାକ୍ତନ ସମ୍ପାଦକ ଶ୍ରୀ ବିଶ୍ଵମ୍ଭର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ପ୍ରଥମେ ଏହି କାର୍ଯ୍ୟକ୍ରମରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପଟ୍ଟଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ ସହ ପୁଷ୍ପାଞ୍ଜଳି ସମର୍ପଣ ଓ ପରେ ପରେ ସଂଘର ସଙ୍ଗୀତ ଗାନ କରାଯାଇଥିଲା । ସଭାପତିଙ୍କ ପ୍ରାରମ୍ଭିକ ଅଭିଭାଷଣ ପରେ ସମ୍ପାଦକ ଶ୍ରୀ ସାହୁ ନୂତନ ସଦସ୍ୟ ଚୟନ ଲାଗି ରାଷ୍ଟ୍ରୀୟ କମିଟିର ସଦସ୍ୟମାନଙ୍କୁ ଦାୟିତ୍ଵ ଅର୍ପଣ କରିଥିଲେ । ଏହି ମନୋନୟନ ପ୍ରକ୍ରିୟାରେ ସର୍ବସମ୍ମତିକ୍ରମେ ରାଜ୍ୟ ଅଧ୍ୟକ୍ଷ ଭାବେ ଶ୍ରୀ ରାମଚନ୍ଦ୍ର ସାସମଲ, ଉପାଧ୍ୟକ୍ଷ ଭାବେ ଶ୍ରୀ ଅନିଲ୍ କୁମାର ପାତ୍ର, ଶ୍ରୀ ପ୍ରଦୀପ କୁମାର ପଣ୍ଡା, ଶ୍ରୀ ବିଶ୍ବଜିତ ସାହୁ, ସମ୍ପାଦକ ଶ୍ରୀ ବିଶ୍ବମ୍ବର ସାହୁ,ଯୁଗ୍ମ-ସମ୍ପାଦକ ଶ୍ରୀ କୈଳାସ ପାଣିଗ୍ରାହୀ,

ସୁଶ୍ରୀ ରାନୁ ମହାପାତ୍ର, ସଂଗଠନ ସମ୍ପାଦକ ଶ୍ରୀ ରବିନାରାୟଣ ବେହେରା ଓ କୋଷାଧ୍ୟକ୍ଷ ଭାବେ ଶ୍ରୀମତୀ ଉଷାରାଣୀ ସେନ ମନୋନୀତ ହୋଇଥିଲେ । ଏହି ପ୍ରଦେଶ କମିଟିରେ ମୂଖ୍ୟ ଉପଦେଷ୍ଟା ଭାବେ ରାଷ୍ଟ୍ରୀୟ ସଂଗଠନ ସଚିବ ଶ୍ରୀ ସଞ୍ଜୟ କୁମାର ଶତପଥୀଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଥିଲା ବେଳେ ଉପଦେଷ୍ଟା ଭାବେ ଶ୍ରୀ ଅଭିମନ୍ୟୁ ମିଶ୍ର, ଶ୍ରୀ ରବିନାରାୟଣ ପ୍ରଧାନ, ଶ୍ରୀ ନିହାର ରଞ୍ଜନ ମିଶ୍ର, ଶ୍ରୀ ପ୍ରବୀର କୁମାର ଜେନା, ଶ୍ରୀ ସୁନୀଲ କୁମାର ସ୍ବାଇଁ ଓ କାର୍ଯ୍ୟନିର୍ବାହୀ ପରିଷଦକୁ ଶ୍ରୀ ପ୍ରଶାନ୍ତ ମହାରଣା, ଶ୍ରୀ ମନୋଜ କୁମାର ନାୟକ ନିର୍ଦ୍ବନ୍ଦ୍ବରେ ମନୋନୀତ ହୋଇଥିଲେ ।
ସମସ୍ତ ମନୋନୀତ କର୍ମକର୍ତ୍ତାଙ୍କୁ ରାଷ୍ଟ୍ରୀୟ ସଦସ୍ୟଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା । ସମସ୍ତ କର୍ମକର୍ତ୍ତା ଓ ସଦସ୍ୟମାନେ ଏକ ମନ ଏକ ଚିତ୍ତରେ ନାଟ୍ୟ ସଂଘର ଏକତା ଓ ସଙ୍କଳ୍ପକୁ ସାଫଲ୍ୟ କରିବା ଦିଗରେ ଧ୍ୟାନ ଦେବାକୁ ଓ ବିଶେଷ କରି ଓଡ଼ିଶା ଶାଖା ଓଡ଼ିଶାର କଳା, ସଂସ୍କୃତିକୁ ସମଗ୍ର ଭାରତବର୍ଷରେ ପ୍ରଚାର ପ୍ରସାର କରିବାରେ ପ୍ରଚେଷ୍ଟା କରନ୍ତୁ ବୋଲି ରାଷ୍ଟ୍ରୀୟ କମିଟିର କର୍ମକର୍ତ୍ତା ମାନେ ନିବେଦନ କରିଥିଲେ । ଅବଶେଷରେ ଶ୍ରୀ ପ୍ରବୀର କୁମାର ଜେନା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।














