No Result
View All Result
ବଲାଙ୍ଗୀର ଜିଲ୍ଲା (ଓଡିଶା ତାଜା ନ୍ୟୁଜ ) (ନି.ପ୍ର) ତୁରେକେଲା :- ପରମ୍ପରା କଳା ବିକାଶ କେନ୍ଦ୍ର, ଗ୍ରାମ, ସେମଲା ର ଆୟୋଜନ ରେ, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା ସରକାରଙ୍କ ସହାୟତାରେ ୯ମ ବର୍ଷ ନୁଆଁଖାଇ ଭେଟ କାର୍ଯ୍ୟ କ୍ରମ ମହା ସମାରୋହରେ ପାଳିତ ହୋଇଯାଇଅଛି l ଉକ୍ତ କାର୍ଯ୍ୟକ୍ରମ ରେ ଗଣ୍ଡା ବଜା, ଖଞ୍ଜଣୀ, ସଂକୀର୍ତ୍ତନ୍ୟ,ପୁଚି ଖେଳ, ମ୍ୟାଜିକ ଚେୟାର, ଭଣ୍ଡା ଫୁଟା, ଓ ରଙ୍ଗୋଲି ପ୍ରତିଯୋଗିତା କାର୍ଯ୍ୟକ୍ରମରେ ଉତୀନ୍ନ ପ୍ରତିଯୋଗୀ ମାନଙ୍କୁ ପ୍ରଥମ, ଦ୍ୱିତୀୟ, ତୃତୀୟ ପୁରସ୍କାର ବିତରଣ କରାଯାଇଥିଲା l
ମୁଖ୍ୟ ଅତିଥି ଭାବେ କୁଇବାହାଲ ଗ୍ରାମ ପଞ୍ଚାୟତ ସରପଞ୍ଚ ବିଳାଶ ପୁଟେଲ, ସମ୍ମାନୀତ ଅତିଥି ଭାବେ ଗଙ୍ଗାଧର ମେହେର ପୂର୍ବତନ ନାଏବ ସରପଞ୍ଚ,ରଞ୍ଜନ ମାଝୀ ପୂର୍ବତନ ସମିତି ସଭ୍ୟ,ଲମ୍ବୋଦର ମେହେର ମହାଲକ୍ଷ୍ମୀ ପୂଜା କମିଟି ସଭାପତି, ବିଶିଷ୍ଟ ନାଟ୍ୟକାର ପ୍ରହଲ୍ଲାଦ ବିଶି, ସଂକୀର୍ତ୍ତନ୍ୟ ଗାୟକ ଲାବଣ୍ୟ ହଂସ,ଅନୁଷ୍ଠାନ ସଭାନେତ୍ରୀ କବିତା ମେହେର, ସମ୍ପାଦକ ଭକ୍ତବନ୍ଧୁ ମେହେର ମଞ୍ଚାସିନ ଥିବାବେଳେ ମାନସ ରଞ୍ଜନ ଜାଲ ମଞ୍ଚ ପରିଚାଳନା କରିଥିଲେ l ଶେଷରେ ବିକାଶ ଚନ୍ଦ୍ର ନାଥ ତାଙ୍କ ନିଜସ୍ୱ ଲେଖାରୁ କବିତା ପାଠ କରି ସମସ୍ତଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ ସମାପନ କରାଯାଇଥିଲା l.

No Result
View All Result