ପାରଳାଖେମୁଣ୍ଡି (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ପାରଳାଖେମୁଣ୍ଡି ପୋଲିସ ସିରିଜ୍ ସାଇକେଲ ଚୋରି ଘଟଣାର ସଫଳ ତଦନ୍ତ କରି ଗତ ୩ ମାସ ମଧ୍ୟରେ 50 ଗୋଟି ସାଇକେଲ ଚୋରି କରିଥିବା ସିରିଜ ଚୋରକୁ ଗିରଫ କରିଛନ୍ତି. ସେ ହେଉଛନ୍ତି ଭବାନୀ ପ୍ରସାଦ ଦାଶ (୫୨), ପିତା- ସ୍ୱର୍ଗତ ଚନ୍ଦ୍ରଶେଖର ଦାଶ, ଗ୍ରାମ- ରାଣାଦେବୀ, ଥାନା- ଗୁରାଣ୍ଡି, ଜିଲ୍ଲା- ଗଜପତି ଅଟନ୍ତି. ଏ ସମ୍ପର୍କରେ ପାରଳାଖେମୁଣ୍ଡି ଥାନା କେସ୍ ନଂ-୩୭୦, ଦଫା ୩୦୩ (୨) ବିଏନଏସରେ ମାମଲା ରୁଜୁ ହୋଇଛି l














