No Result
View All Result
ନୟାଗଡ଼ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନର ସକ୍ରିୟ ସଦସ୍ୟ ତଥା କାର୍ଯ୍ୟକାରୀ କମିଟିର କୋଷାଧ୍ୟକ୍ଷ ତାରୁନ ଖାଁଙ୍କ ଅକାଳ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ କେ.ସି. କ୍ଳବ୍ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଚେସ ଆସୋସିଏସନର ସଭାପତି ଭାଗିରଥି ଦାସଙ୍କ ପୌରୋହିତ୍ୟ ଏବଂ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ସଂଯୋଜନାରେ ଏହି ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସଂଘର ଉପସଭାପତି ବାଲାରସେନ ପାତ୍ର, ସମ୍ପାଦକ ଲକ୍ଷ୍ମୀଧର ସାହୁ, ସହସମ୍ପାଦକ ଉମାକାନ୍ତ ମିଶ୍ରଙ୍କ ସମେତ ସଦସ୍ୟ ,

ଧିରେନ ପ୍ରଧାନ, ସଞ୍ଜୟ ସ୍ୱାଇଁ, ପ୍ରକାଶ ଚନ୍ଦ୍ର ମହାପାତ୍ର, ଭିକାରି ଚରଣ ଦାସ, ଜଗବନ୍ଧୁ ଷଡ଼ଙ୍ଗୀ, ପ୍ରଭାତ ଡାକୁଆ, ବିଶ୍ୱରଞ୍ଜନ ଦାଶ, କାଳିଆ ଗୁମାନସିଂ ଏବଂ ରାଜ୍ୟ ଚେସ ସଂଘର ସଦସ୍ୟ ରିତେଶ ରଥ ପ୍ରମୁଖ ଯୋଗଦେଇଥିଲେ। ସଭାରେ ଉପସ୍ଥିତ ସମସ୍ତ ଅତିଥି ଓ ସଦସ୍ୟମାନେ ସ୍ବର୍ଗତ ଖାଁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ବକ୍ତାମାନେ ସ୍ବର୍ଗତ ଖାଁଙ୍କ ଅମାୟିକ ବ୍ୟବହାର, ମୃଦୁଭାଷୀ ସ୍ୱଭାବ, ସମାଜସେବା ଏବଂ ଜିଲ୍ଲାରେ ଚେସର ପ୍ରସାର ପାଇଁ ତାଙ୍କର ଅବଦାନକୁ ସ୍ମରଣ କରିଥିଲେ। ତାଙ୍କର ଏଭଳି ଅକାଳ ବିୟୋଗ ଜିଲ୍ଲା ଚେସ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମତପ୍ରକାଶ ପାଇଥିଲା । ଶେଷରେ ଏକ ମିନିଟ୍ ପାଇଁ ନିରବ ପ୍ରାର୍ଥନା କରାଯାଇ ଅମର ଆତ୍ମାର ସଦ୍ଗତି କାମନା କରାଯାଇଥିଲା ।

No Result
View All Result