ନୟାଗଡ଼ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ନୟାଗଡ଼ ମ୍ୟୁନିସିପାଲ୍ଟି ତରଫରୁ ନୟାଗଡ଼ ସହରର ବିଭିନ୍ନ ଦୋକାନ ଉପରେ ଆଜି ଜୋରଦାର ଚଢଉ କରାଯାଇ ପ୍ଲାଷ୍ଟିକ ଜିନିଷ ଓ ପଲିଥିନ ଜବତ ହେବା ସହିତ ୧୩,୪୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି । ନୟାଗଡ଼ ସହରରେ ଏପରି ଚଢଉ ଦେଖି ଦୋକାନୀମାନେ ଛାନିଆ ହୋଇପଡିଛନ୍ତି । ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟଙ୍କ ନିର୍ଦ୍ଦେଶକ୍ରମେ କାର୍ଯ୍ୟକାରୀକରଣ ଦଳର ୧୦ ଜଣିଆ ଟିମ ଚଢଉରେ ସାମିଲ ହୋଇଛନ୍ତି ।















