ନୟାଗଡ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ମାଗଣା ଶିକ୍ଷା ଘୋଷଣା, ସେଲ୍ଫ ଫାଇନାନ୍ସ କୋର୍ସରେ ଜବରଦସ୍ତ ଫିସ୍ ଆଦାୟ ହେବା ଦ୍ୱାରା ରାଜ୍ୟ ବିଜେପି ସରକାରଙ୍କ କେଜି ରୁ ପିଜି ମାଗଣା ଘୋଷଣା ଛାତ୍ରଛାତ୍ରୀ ମାନଙ୍କ ପାଇଁ ପ୍ରତାରଣା କରାଯାଉଛି ବୋଲି ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ରଣଜିତ ଦାଶ ଏବଂ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବରଞ୍ଜନ ସାହୁ ମିଳିତ ପ୍ରେସବିବୃତି ରେ କହିଛନ୍ତି l ନୟାଗଡ଼ ଅଟୋନମସ କଲେଜର +୩ ଛାତ୍ରଛାତ୍ରୀଙ୍କ ଧାରଣା ଦେଇ ରାଜ୍ୟ ବିଜେପି ସରକାରଙ୍କ କେଜି ରୁ ପିଜି ମାଗଣା ଶିକ୍ଷାଦାନ ଘୋଷଣା ପର୍ଦ୍ଦାଫାଶ କରିଛନ୍ତି l
















