କଟକ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- କଟକ ଜିଲ୍ଲା ଅବକାରୀ ଅଧୀକ୍ଷକ ଶ୍ରୀ କରୁଣା ଶଙ୍କର ତିୱାରୀଙ୍କ ନିର୍ଦ୍ଦେଶ କ୍ରମେ ଆଠଗଡ ଅବକାରୀ ଉପ- ଅଧୀକ୍ଷକ ଶ୍ରୀ ସି.ଏଚ୍.ତିରୁପତି ଏବଂ ଆଠଗଡ ଅବକାରୀ ନିରୀକ୍ଷକ ଶ୍ରୀ ରବିନାରାୟଣ ପଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତିଗିରିଆ ଥାନା ଅନ୍ତର୍ଗତ ଭୀରୁଡ଼ା ,ଉପରଗଡ, ଗରପଡ଼ା, ପାଇକସାହ,ପଣସ ପାଟଣା ଗ୍ରାମ ଏବଂ ସଂରକ୍ଷିତ ଜଙ୍ଗଲରେ ଆଠଗଡ ଅବକାରୀ ବିଭାଗ, ବାଙ୍କୀ ଅବକାରୀ ବିଭାଗ, କଟକ ସଦର -୨ ଅବକାରୀ ବିଭାଗ ଏବଂ ନରସିଂହପୁର ଅବକାରୀ ବିଭାଗର ଏକ ମିଳିତ ଚଡାଉ କରାଯାଇ ସର୍ବମୋଟ ୧୮୫୫ ଲିଟର ଦେଶୀ ମଦ,

୨୨ହଜାର ୮୫୫ ଲିଟର ମଦ ପ୍ରସ୍ତୁତ ନିମନ୍ତେ ବ୍ୟବହୃତ ଗୁଡ ,ପୋଚ ଜବତ କରାଯାଇ ଘଟଣା ସ୍ଥଳରେ ନଷ୍ଟ କରାଯିବା ସହ ଓଡ଼ିଶା ଅବକାରୀ ଆଇନ ଅନୁଯାୟୀ ୪ ଗୋଟି ମାମଲା ରୁଜୁ କରା ଯାଇଛି । ଏହି ଚଡାଉରେ ଆଠଗଡ ଅବକାରୀ ଉପ ଅଧୀକ୍ଷକ ଶ୍ରୀ ତିରୁପତି ଓ ଆଠଗଡ ଅବକାରୀ ନିରୀକ୍ଷକ ଶ୍ରୀ ପଧାନଙ୍କ ସହ ଶ୍ରୀ ତରୁଣ କୁମାର ପାତ୍ର,ଆଠଗଡ ଅବକାରୀ ଥାନା ଅଧିକାରୀ,ଶ୍ରୀ ବାପି ସାହୁ, ବାଙ୍କୀ ଅବକାରୀ ଥାନାର ଭାପ୍ରାପ୍ତ ଅଧିକାରୀ ଶ୍ରୀ ବିଶ୍ୱଜିତ୍ ଆରୁଖ, କଟକ-୨ ର, ଅବକାରୀ ମଣ୍ଡଳ, ଅଧିକାରୀ ଶ୍ରୀ ରାଜକିଶୋର ନାୟକ, ନରସିଂହପୁର ଅବକାରୀ ଥାନା ଅଧିକାରୀ ଏବଂ ଅନ୍ୟାନ୍ୟ ଅବକାରୀ କର୍ମଚାରୀମାନେ ଏଥିରେ ସାମିଲ ହୋଇଥିଲେ ।














