ବାଲିଗୁଡା (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- କନ୍ଧମାଳ ଜିଲ୍ଲା ବାଲିଗୁଡା ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶିକ୍ଷା ନିକେତନ ପରିସର ମଧ୍ୟରେ ସମ୍ବାଦ ଓ ଆମ ଓଡିଶା ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଚିତ୍ରାଙ୍କନ, ଓଡ଼ିଆ ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏଥିରେ ଚିତ୍ରାଙ୍କନ ରେ ୮୫ ଜଣ, ହସ୍ତାକ୍ଷର ରେ ୯୫ ଜଣ, ଏବଂ ଭାଷାଜ୍ଞାନ ରେ ୫୦ ଜଣ ଭାଗ ନେଇଥିଲେ l ସେଥିମଧ୍ୟରୁ ଚିତ୍ରାଙ୍କନ ରେ ଶିକ୍ଷା ନିକେତନ ର ଛାତ୍ରୀ ପ୍ରୀତି ଲଷ୍ମୀ ପ୍ରଧାନୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ଛାତ୍ରୀ ସୋଫିଆ ରାଣୀ ପ୍ରଧାନ ଏବଂ ଶିକ୍ଷା ନିକେତନ ର ଛାତ୍ର ଓମ ସାଇ ରାମ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ l

ସେହିପରି ହସ୍ତାକ୍ଷର ରେ ବ୍ଲକ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ରୀ ଦ୍ରିଷ୍ଟି ପ୍ରିୟ ଦର୍ଶନୀ ସାହୁ ପ୍ରଥମ ସ୍ଥାନ, ଓଡିଶା ଆଦର୍ଶ ବିଦ୍ୟାଳୟ ର ଛାତ୍ରୀ ଦୀପା ମଳିକ ଦ୍ୱିତୀୟ ଓ ବନବାସୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ରୀ ଲିପସା ଦିଗାଳ ତୃତୀୟ ସ୍ଥାନ ହାସଲ କରିଥିବା ବେଳେ ଭାଷାଜ୍ଞାନ ପ୍ରତିଯୋଗିତା ରେ ଶିକ୍ଷା ନିକେତନ ର ଛାତ୍ର ଚିରାଗ ପ୍ରସାଦ ବିନ୍ଧାଣୀ ପ୍ରଥମ, ଓଡିଶା ଆଦର୍ଶ ବିଦ୍ୟାଳୟ ର ଛାତ୍ର ସୋହନ ଘଡାଇ ଦ୍ୱିତୀୟ ଏବଂ ଛାତ୍ରୀ ଶିଖି ଧ୍ୱଜ ସିଂ ପାତ୍ର ତୃତୀୟ ସ୍ଥାନ ଅଧିକାର କରିଥିଲେ l

ଏହି ଅବସରରେ ଆୟୋଜିତ ଏକ ପୁରସ୍କାର ବିତରଣ ଉତ୍ସବରେ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ରାଜ କିଶୋର ସାହୁ, ପ୍ରହ୍ଲାଦ ପ୍ରସାଦ ଲେଙ୍କା ଉପସ୍ଥିତ ରହି କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର ସହ ପୁରସ୍କାର ବଣ୍ଟନ କରିଥିଲେ l ଏଥିରେ ଅନୁଷ୍ଠାନ ର ଅଧ୍ୟକ୍ଷା ରେଖାରାଣୀ ମହାପାତ୍ର, ବୈକୁଣ୍ଠ ନାଥ ବେହେରା, ନିଧି ବିନ୍ଧାଣୀ, ସଞ୍ଜୟ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିବା ବେଳେ ସମ୍ବାଦ ଓ ଆମ ଓଡିଶା ପ୍ରତିନିଧି ସତ୍ୟ ନାରାୟଣ ପାଢ଼ୀ ସହଯୋଗ କରିଥିଲେ l














