No Result
View All Result
ବାଲିଗୁଡା (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ (ନୂତନ ପେନସନ ଭୁକ୍ତ) ଆନୁକୂଲ୍ୟରେ ନୁଆସାହି ପାଟ୍ଟଖଣ୍ଡା ଉଚ୍ଚ ବିଦ୍ୟାପୀଠ ପ୍ରାଙ୍ଗଣରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନେଇ ଧୂମଧାମରେ ‘ଗୁରୁଦିବସ ‘ ସହିତ ଚଳିତ ଶିକ୍ଷାବର୍ଷରେ ଅବସର ନେଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ‘ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ’ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ (ନୂତନ ପେନସନ ଭୁକ୍ତ) ର ସଭାପତି ସାବତ ପ୍ରଧାନ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l

ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ ଶ୍ରୀମତୀ ସାଗର ବାଳା ତ୍ରିପାଠୀ, ସୁରେଶ ଚନ୍ଦ୍ର ଦାସ ଏବଂ ପବିତ୍ର ମୋହନ ପାଢ଼ୀ ଯୋଗ ଦେଇ ସଂଘର୍ଷମୟ ଶିକ୍ଷକତା ଜୀବନରେ କିପରି ଅବସର ସମୟକୁ ଉପଲବ୍ଧି କରିଥିବା ଅଭିଜ୍ଞତା ଓ ଅନୁଭୂତି ସମ୍ପର୍କ ରେ ଆଲୋକପାତ କରିଥିଲେ l ଉକ୍ତ ଉତ୍ସବରେ ‘ଗୁରୁଦିବସ ‘ ସହିତ ଚଳିତ ଶିକ୍ଷାବର୍ଷରେ ଅବସର ନେଇଥିବା ଶିକ୍ଷକ, ଶିକ୍ଷୟିତ୍ରୀ ଯଥା ଶ୍ରୀମତି ଭଗବତୀ ଦେଇ, ଶ୍ରୀମତୀ ପ୍ରେମଲତା ଦାସ, ସନାତନ ପରିଛା, ପ୍ରଦୀପ୍ତ କୁମାର ବିଶ୍ୱାଳ, ଏବଂ ରମେଶ ଚନ୍ଦ୍ର ସାହୁଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା l
ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରୁ ଶ୍ରୀମତୀ ଗାୟତ୍ରୀ ପାଳ, ଶ୍ରୀମତୀ ସୌଦାମିନୀ ସାହୁ, ରାଜକିଶୋର ଦିଗାଲ, ଲାବଣ୍ୟ ନାୟକ, ଅଲେଖ ରଣା, ସଚଳା ମିଶ୍ର, ସରିତା ପ୍ରଧାନ, ଲଷ୍ମୀପ୍ରିୟା ବେହେରା, ମାନସ କୁମାର ସାହୁ, ପ୍ରଶାନ୍ତ କୁମାର ବେହେରା, ଦିଲୀପ କୁମାର ଦିଗାଳ ତଥା ନୂତନ ଗଭର୍ଣ୍ଣି ବଡିର ସଦସ୍ୟ ସଦସ୍ୟା ବୃନ୍ଦ ଏବଂ ନୂତନ ପେନସନ ଯୋଜନା ଭୁକ୍ତ ସମସ୍ତ ସଭ୍ୟ ସଭ୍ୟା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l ଶିକ୍ଷକ ଉତ୍କଳ କେଶୋରୀ ବିଭାର ଏବଂ ରବୀନ୍ଦ୍ର ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ଅଲେଖ ରଣା ଧନ୍ୟବାଦ ଅର୍ପଣ କରିଥିଲେ l

No Result
View All Result