• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମିଲିଭଗତରେ ଚାଲିଛି ନୟାଗଡ଼ ଜିଲ୍ଲାବ୍ୟାପି ସ୍ୱାସ୍ଥ୍ୟ ବ୍ୟବସାୟ : କଂଗ୍ରେସ

Proprietor Abhimanyu Maharana by Proprietor Abhimanyu Maharana
September 6, 2026
in ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
0
ମିଲିଭଗତରେ ଚାଲିଛି ନୟାଗଡ଼ ଜିଲ୍ଲାବ୍ୟାପି ସ୍ୱାସ୍ଥ୍ୟ ବ୍ୟବସାୟ : କଂଗ୍ରେସ
Share on FacebookShare on TwitterWhatsapp

ନୟାଗଡ଼ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ନୟାଗଡ଼ କନ୍ୟାଭ୍ରୁଣ ହତ୍ୟା ଭଳି ସଂଗୀନ ବଦନାମ ବିଭୀଷିକା ଆଜି ମଧ୍ୟ ଲୋକଙ୍କ ମନରୁ ଲିଭିନାହିଁ ମୋକଦ୍ଧମା ନୟାଗଡ଼ ମହିଳା ଅଦାଲତରେ ବିଚରାଧୀନ ଥିବାବେଳେ ପିସିପିଏନଡିଟି କଠୋର ଆଇନ ଏବଂ ବେଟି ବଚାଓ-ବେଟି ପଢ଼ାଓ (ବିବିବିପି) ବୈଧାନିକ ନିୟମାବଳୀ କୁ ଡିଷ୍ଟ୍ରିକ୍ତ ଆପ୍ରୋପ୍ରିଏଟ ଅଥରିଟି (ଡିଏଏ ) ଅର୍ଥାତ ଜିଲ୍ଲାପାଳ ଏବଂ ସିଡ଼ିଏମଓଙ୍କ କାର୍ଯ୍ୟକାରିତାରେ ଖିଲାପି ନୀତି ପାଇଁ ଆଜି ସମଗ୍ର ଜିଲ୍ଲାରେ କିଛି ଅସାଧୁ ଅଲଟ୍ରାସାଉଣ୍ଡ ମାଲିକ ଏବଂ ଅର୍ଥପିପାସୁ ଡାକ୍ତର ଲିଙ୍ଗ ନିରୂପଣ ଭଳି ଜଘନ୍ୟ କାର୍ଯ୍ୟ କରୁଥିବା ଯୋଗୁଁ ଆଜି ନୟାଗଡ଼ ଜିଲ୍ଲାରେ ପୁନଶ୍ଚ ଶିଶୁ ଲିଙ୍ଗାନୁପାତ ସଂକଟରେ ଥିବା ଅଭିଯୋଗ କରିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ରଣଜିତ ଦାଶ l

ଏହି ଗୁରୁତର ତ୍ରୁଟି ଅଭିଯୋଗରେ ନୟାଗଡ଼ ଜିଲ୍ଲାପାଳ ଏବଂ ସିଡିଏମଓ ଙ୍କ ବିରୁଦ୍ଧରେ ପିସିପିଏନଡିଟି ଆଇନ ର ଦଫା ୨୮ (ଖ) ଅନୁସାରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଙ୍କ ଅଦାଲତରେ ଫୌଜଦାରୀ ମୋକଦ୍ଧମା ରୁଜ୍ଜୁ କରିବା ପାଇଁ ଆବଶ୍ୟକିୟ ୧୫ ଦିନିଆ ନୋଟିସ ଜାରି କରାଯିବ ବୋଲି ବରିଷ୍ଠ ଆଇନଜୀବୀ ଶ୍ରୀ ଦାଶ କହିଛନ୍ତି l ପ୍ରାକ୍-ଗର୍ଭଧାରଣ ଏବଂ ପ୍ରାକ୍-ପ୍ରସବ ନିଦାନ କୌଶଳ (ଲିଙ୍ଗ ଚୟନ ନିଷେଧ) [PC-PNDT] ଆଇନ, ୧୯୯୪ ର ବୈଧାନିକ ବ୍ୟବସ୍ଥା (ବିଶେଷ କରି PC-PNDT ନିୟମାବଳୀର ନିୟମ ୧୧A ଅନୁଯାୟୀ) ଏବଂ ‘ବେଟି ବଚାଓ ବେଟି ପଢ଼ାଓ’ (BBBP) ଅନ୍ତର୍ଗତ କାର୍ଯ୍ୟକାରୀ ଅଭିସରଣ ମାର୍ଗଦର୍ଶିକା (operational convergence guidelines) ଅନୁସାରେ, ଜିଲ୍ଲା ଯାଞ୍ଚ ଏବଂ ତଦାରଖ କମିଟି (DIMC) ଦ୍ୱାରା ଯାଞ୍ଚର ନିର୍ଦ୍ଧାରିତ ବାରମ୍ବାର ହେବା ନିୟମ ରହିଛି l

ବୈଧାନିକ ଏବଂ କାର୍ଯ୍ୟକାରୀ ବାରମ୍ବାରତା (Statutory & Operational Frequency)
ପ୍ରତ୍ୟେକ ପଞ୍ଜୀକୃତ କେନ୍ଦ୍ର ପାଇଁ: ପ୍ରତ୍ୟେକ ପଞ୍ଜୀକୃତ ଜେନେଟିକ୍ କ୍ଲିନିକ୍, ଅଲଟ୍ରାସାଉଣ୍ଡ କ୍ଲିନିକ୍ ଏବଂ ଇମେଜିଂ କେନ୍ଦ୍ରକୁ ଅତିକମରେ ପ୍ରତି ୬ ମାସରେ ଥରେ (ବର୍ଷକୁ ଦୁଇଥର) ଯାଞ୍ଚ କରାଯିବା ବାଧ୍ୟତାମୂଳକ ଅଟେ।
DIMC ବୈଠକ ଏବଂ ସମୀକ୍ଷାର ସମୟସୀମା: ଜିଲ୍ଲାପାଳ/ଜିଲ୍ଲା ମାଜିଷ୍ଟ୍ରେଟ୍ କିମ୍ବା ସିଡିଏମଓ (CDMO) ଙ୍କ ଅଧ୍ୟକ୍ଷତାରେ ନିମ୍ନଲିଖିତ ବିଷୟଗୁଡ଼ିକର ଅନୁଧ୍ୟାନ ନିମନ୍ତେ ଜିଲ୍ଲା ଯାଞ୍ଚ ଏବଂ ତଦାରଖ କମିଟି (DIMC) ପ୍ରତି ମାସରେ ଥରେ (ବର୍ଷକୁ ୧୨ ଥର) ଏହାର ସମୀକ୍ଷା ବୈଠକ ଡକାଇବା ଆବଶ୍ୟକ:
ଯାଞ୍ଚ ସୂଚୀ ଏବଂ ଅଡିଟ୍ ତାଲିକା (Inspection schedules and audit rosters) ।

ମାସର ୫ ତାରିଖ ସୁଦ୍ଧା ପ୍ରସୂତି ମହିଳାଙ୍କ ଚିହ୍ନଟ ହୋଇଥିବା ଅଲଟ୍ରାସାଉଣ୍ଡ ଫର୍ମ-ଏଫ୍ (Form F) ର ତ୍ରୁଟି କିମ୍ବା ଅସଙ୍ଗତି । ନିମ୍ନ ଜନ୍ମକାଳୀନ ଲିଙ୍ଗାନୁପାତ (SRB) ଥିବା ଅଞ୍ଚଳ/ଗୋଷ୍ଠୀ ଏବଂ ରେଫରାଲ୍ ଧାରାର ବିଶ୍ଳେଷଣ ଇତ୍ୟାଦି ବାସ୍ତବିକ କରାନଯାଇ କେବଳ କାଗଜପତ୍ରରେ ଦର୍ଶାଯାଉଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ନେତା l ପିସି-ପିଏନଡିଟି ଆଇନ ବୈଧାନିକ କର୍ତ୍ତବ୍ୟର ପ୍ରତ୍ୟକ୍ଷ ଉଲ୍ଲଙ୍ଘନ (Direct Breach of Statutory Duty): ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ (ଜିଲ୍ଲାପାଳ/ସିଡିଏମଓ) ଙ୍କ ଦ୍ୱାରା ୮ ଜଣିଆ ଜିଲ୍ଲା ପରାମର୍ଶଦାତା କମିଟି (ଯେଉଁଥିରେ ୩ ଜଣ ଚିକିତ୍ସା ବିଶେଷଜ୍ଞ, ୧ ଜଣ ଆଇନ ବିଶେଷଜ୍ଞ, ୧ ଜଣ ସୂଚନା ଅଧିକାରୀ ଏବଂ ୩ ଜଣ ବିଶିଷ୍ଟ ସମାଜସେବୀ/ମହିଳା ପ୍ରତିନିଧି ଅନ୍ତର୍ଭୁକ୍ତ) ଗଠନ କରିବାରେ ବିଫଳତା,

ଧାରା ୧୭(୫) ଏବଂ ୧୭(୬) [Section 17(5) and 17(6)] ର ଖୋଲାଖୋଲି ଉଲ୍ଲଙ୍ଘନ ଅଟେ। ଆମ ନୟାଗଡ଼ ଜିଲ୍ଲାରେ ଏହି ଉପଦେଷ୍ଟା କମିଟି ଗଠନ ହୋଇଥିବା ସନ୍ଦେହ ଘେରରେ ରହିଛି l ଯଦି ହୋଇଛି କେବେ ଗଠନ ହୋଇଛି ଏବଂ କେଉଁମାନେ ଏହାର ସଦସ୍ୟ ଅଛନ୍ତି ତାହା ସାର୍ବଜନୀନ କରିବା ପାଇଁ ନୟାଗଡ଼ ଜିଲ୍ଲାପାଳଙ୍କୁ କଂଗ୍ରେସ ଆହ୍ୱାନ କରୁଛି l “ଜେନେଟିକ୍ କାଉନସେଲିଂ ସେଣ୍ଟର୍” (ଆନୁବଂଶିକ ପରାମର୍ଶ କେନ୍ଦ୍ର) ଗଠନ / ପଞ୍ଜୀକରଣ ବିନା ପରିଚାଳନା କରିବା (ଧାରା ୩ ଏବଂ ଧାରା ୧୮) ଯଦି କୌଣସି ଅନୁଷ୍ଠାନ,

ଡାକ୍ତରଖାନା କିମ୍ବା କ୍ଲିନିକ୍ ଧାରା ୨(ଗ) [Section 2(c)] ଅଧୀନରେ ଏକ ‘ଜେନେଟିକ୍ କାଉନସେଲିଂ ସେଣ୍ଟର୍’ ଭାବରେ ବିଧିବଦ୍ଧ ଗଠିତ ତଥା ପଞ୍ଜୀକୃତ ନ ହୋଇ ପ୍ରାକ୍-ପ୍ରସବ ସ୍କ୍ରିନିଂ (pre-natal screening), ଜେନେଟିକ୍ ପରୀକ୍ଷଣ କିମ୍ବା ଭ୍ରୂଣ ସମ୍ବନ୍ଧୀୟ ପରାମର୍ଶ (fetal counseling) ପ୍ରଦାନ କରେ:
ଧାରା ୧୮(୧) ର ଉଲ୍ଲଙ୍ଘନ (Violation of Section 18(1)): ଏହି ଆଇନ ଅଧୀନରେ ପଞ୍ଜୀକୃତ ହୋଇ ନ ଥିଲେ କୌଣସି ବ୍ୟକ୍ତି କିମ୍ବା ଡାକ୍ତରଖାନା କୌଣସି ଜେନେଟିକ୍ କାଉନସେଲିଂ ସେଣ୍ଟର୍, ଜେନେଟିକ୍ ଲାବୋରେଟୋରୀ କିମ୍ବା ଜେନେଟିକ୍ କ୍ଲିନିକ୍ ଖୋଲିପାରିବେ ନାହିଁ କିମ୍ବା ପରିଚାଳନା କରିପାରିବେ ନାହିଁ।

ଧାରା ୨୩ ଅଧୀନରେ ଦଣ୍ଡବିଧାନ (Punishment under Section 23): ଏକ ଅଣପଞ୍ଜୀକୃତ ପରାମର୍ଶ ବା ନିଦାନ (ଡାଇଗ୍ନୋଷ୍ଟିକ୍) କେନ୍ଦ୍ର ପରିଚାଳନା କଲେ ପ୍ରଥମ ଅପରାଧ ପାଇଁ ସର୍ବାଧିକ ୩ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଏବଂ ₹୧୦,୦୦୦ ପର୍ଯ୍ୟନ୍ତ ଜୋରିମାନା, ତଥା ପରବର୍ତ୍ତୀ ଅପରାଧଗୁଡ଼ିକ ପାଇଁ ସର୍ବାଧିକ ୫ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ସହିତ ₹୫୦,୦୦୦ ପର୍ଯ୍ୟନ୍ତ ଜୋରିମାନା ହୋଇପାରେ। ଏହି କ୍ରମରେ ଆମ ଜିଲ୍ଲାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରୁ ଆରମ୍ଭ କରି କୌଣସି ଅଲଟ୍ରାସାଉଣ୍ଡ କ୍ଲିନିକ ରେ ଏହି ବାଧ୍ୟତାମୂଳକ ଜେନେଟିକ କାଉନସିଲ ଅଛି କି ନାହିଁ ତାହା ଜିଲ୍ଲାପାଳ ସ୍ପଷ୍ଟ କରନ୍ତୁ l

ଯଦି ନାହିଁ ତେବେ ଉଚିତ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇନାହିଁ କାହିଁକି ବୋଲି ବରିଷ୍ଠ ଆଇନଜୀବୀ ପ୍ରଶ୍ନ କରିଛନ୍ତି l 2011 ଜନଗଣନା ଅନୁସାରେ ନୟାଗଡ଼ ଜିଲ୍ଲାରେ ଶିଶୁ ଲିଙ୍ଗାନୁପାତ ପ୍ରତି ୧000 ପୁଅରେ ୮୫୫ ଝିଅ ହିସାବରେ ରାଜ୍ୟର ସବୁଠୁ ଜିଲ୍ଲା ଥିଲା l ଏବେ ଜିଲ୍ଲାରେ child sex ratio ଜିଲ୍ଲାପାଳ ସାର୍ବଜନିନ କରାଉ ନାହାଁନ୍ତି,ଆମ ପାଖେ ଅସମର୍ଥିତ ସୂତ୍ରରୁ ଯାହା ଡାଟା ଅଛି ତାହା ଉଦବେଗଜନକ ଅଟେ l ପ୍ରତି ୧000. ପୁଅରେ ମାତ୍ର ୭୮0 ରେ ପହଂଚିଛି, ଯଦି ଏହା ସତ୍ୟ ହୋଇଥାଏ ତେବେ ଏହା ପ୍ରତ୍ୟେକ ନୟାଗଡ଼ ବାସୀଙ୍କ ସାଙ୍ଘାତିକ କଥା l

ଆମେ ମୂଳରୁ କହିଛୁ ପିସି-ପିଏନଡିଟି ଆଇନ ଏବଂ ବେଟି ବଚାଓ-ବେଟି ପଢ଼ାଓ ବୈଧାନିକ ନିୟମାବଳୀ ଖିଲାପ ହେଲେ ଅସାଧୁ ଅଲଟ୍ରାସାଉଣ୍ଡ ମାଲିକ ଏବଂ ଅର୍ଥପିପାସୁ ଡାକ୍ତର ଶିଶୁ ଲିଙ୍ଗାନୁପାତ ବୃଦ୍ଧି ପାଉଥିବା ଆମ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ l ରାଜ୍ୟ କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଅଛି, ଜଣେ ଡାକ୍ତର, ରେଡ଼ିଓଲୋଜିଷ୍ଟ କିମ୍ବା ସୋନୋଲୋଜିଷ୍ଟ, ତାଙ୍କ ନାମରେ ପଞ୍ଜିକୃତ ଥିବା ଅଲଟ୍ରାସାଉଣ୍ଡ ମେସିନରେ ମାତ୍ର ୮ କିଲୋମିଟର ପରିଧି ଭିତରେ ତାଙ୍କୁ ଅନୁମତି ମିଳିଥିବା ଦିନ ଏବଂ ସମୟ ଭିତରେ ଅଲଟ୍ରାସାଉଣ୍ଡ କରିପାରିବେ କିନ୍ତୁ ନୟାଗଡ଼ ଜିଲ୍ଲାରେ ଏହି ନିୟମ କୁ ବର୍ଷବର୍ଷ ଧରି କାର୍ଯ୍ୟକାରୀ କରାଯାଉ ନାହିଁ l

ଭୁବନେଶ୍ୱର, କଟକ, ବ୍ରହ୍ମପୁର ଏବଂ ଅନୁଗୁଳ ଜିଲ୍ଲାରୁ ବେଆଇନ ଭାବେ ଡାକ୍ତର ରେଡ଼ିଓଲୋଜିଷ୍ଟ ଆସି ନୟାଗଡ଼ରେ ଅଲଟ୍ରାସାଉଣ୍ଡ କରୁଛନ୍ତି l ସେମାନେ ଯେଉଁ ସବୁ ଘରୋଇ ଡାକ୍ତରଖାନା କିମ୍ବା ମେଡିକାଲ କଲେଜରେ ଚାକିରୀ କରୁଛନ୍ତି ସେ ସଂସ୍ଥା ର ଏନଓସି ଦେବା ବାଧ୍ୟତାମୂଳକ ଥିବାବେଳେ ତାହା ମଧ୍ୟ କଡାକଡ଼ି ପାଳନ ହେଉ ନାହିଁ l ଜଣେ ଡାକ୍ତର ନିର୍ଦ୍ଧାରିତ ସମୟ ଭିତରେ ଜଣେ ପ୍ରସୂତି ମହିଳାଙ୍କ ଅଲଟ୍ରାସାଉଣ୍ଡ ପରୀକ୍ଷା କରାଇ ତାଙ୍କର ‘ଏଫ’ ଫର୍ମ ପୂରଣ କରାଇବା ପାଇଁ ସର୍ବନିମ୍ନ ୧୫ ମିନିଟ ସମୟ ଲାଗୁଥିବା ବେଳେ ଗୋଟିଏଗୋଟିଏ ଅଲଟ୍ରାସାଉଣ୍ଡ କ୍ଲିନିକରେ ନିର୍ଦ୍ଧାରିତ ସମୟ ଭିତରେ ୧୫0-୨00 ରୋଗୀ ପରୀକ୍ଷା କେମିତି ଚାଲିଛି ବୋଲି ବରିଷ୍ଠ ଆଇନଜୀବୀ ଶ୍ରୀ ଦାଶ ନୟାଗଡ଼ ଜିଲ୍ଲାପାଳଙ୍କୁ ଟାର୍ଗେଟ କରିଛନ୍ତି l

ଅଲଟ୍ରାସାଉଣ୍ଡ କ୍ଲିନିକ ମାନେ ପ୍ରତ୍ୟେକ ମାସ ୫ ତାରିଖରେ ପୂର୍ବ ମାସରେ କରିଥିବା ସମସ୍ତ ‘ଏଫ‘ ଫର୍ମ ସିଡିଏମଓ ଙ୍କ କାର୍ଯ୍ୟାଳୟ ପିସି-ପିଏନଡିଟି ବିଭାଗରେ ଦlଖଲ କରାଯିବା ନିୟମ ଅଛି ଏବଂ ଏଗୁଡିକ ପ୍ରତ୍ୟେକ ମାସରେ ଜିଲ୍ଲା ମନିଟରିଙ୍ଗ କମିଟି ରେ ଉପସ୍ଥାପିତ ହୋଇ ଅସଂଗତି ସମ୍ପର୍କିତ ଆଲୋଚନା ଏବଂ ସମ୍ପୃକ୍ତ ଅଲଟ୍ରାସାଉଣ୍ଡ କ୍ଲିନିକ କାଗଜପତ୍ର ଯାଞ୍ଚ କରାଯାଇ କାର୍ଯ୍ୟାନୁଷ୍ଠାନ ନେବା ପ୍ରାବଧାନ ପାଳନ କରାଯାଉ ନଥିବା ଜିଲ୍ଲାପାଳ ନୟାଗଡ଼ ଜନସାଧାରଣଙ୍କୁ ଉତ୍ତର ରଖିବା ପାଇଁ ଦାବୀ କରାଯାଇଛି l

ଜିଲ୍ଲାବ୍ୟାପି ଅଲଟ୍ରାସାଉଣ୍ଡ କ୍ଲିନିକ ପ୍ରତ୍ୟେକ ୬ ମାସରେ ଜିଲ୍ଲା ମନିଟରିଙ୍ଗ ଚମିଟି ଯାଞ୍ଚ କରିବା ପାଇଁ ବୈଧାନିକ ନିୟମ ଥିବାବେଳେ, ଏହା କେବଳ କାଗଜପତ୍ରରେ ଚାଲିଛି l ଆମେ ନୟାଗଡ଼ ବାସୀ କୋଉ ଅଲଟ୍ରାସାଉଣ୍ଡ କ୍ଲିନିକ ପ୍ରତି ୬ ମାସରେ ଯାଞ୍ଚ ହେବା କାହାର ଦୃଷ୍ଟି କୁ ଆସିନାହିଁ l ଯଦି ଏହା କରାଯାଇଛି ତେବେ ତାହାର ଭିଡିଓ ଫୁଟେଜ ସାର୍ବଜନୀନ କରାଯାଉ l ନୟାଗଡ଼ରେ ସରକାରୀ ଡାକ୍ତର, ଅବସରପ୍ରାପ୍ତ ଡାକ୍ତର ମାନେ କ୍ଲିନିକାଲ ଏସ୍ଟାବ୍ଲିସମେଣ୍ଟ ପଞ୍ଜିକୃତ ପ୍ରମାଣପତ୍ର ନଥାଇ ବେଆଇନ ଭାବେ ସ୍ୱାସ୍ଥ୍ୟ ବ୍ୟବସାୟ ଚଲାଇଛନ୍ତି l

ଏପରିକି ସରକାରୀ ଡ୍ୟୁଟି ସମୟରେ ମଧ୍ୟ ଡାକ୍ତର ମାନେ କ୍ଲିନିକ ଏବଂ ନିଜସ୍ୱ ଘର ମାନଙ୍କରେ ରୋଗୀ ଶୋଷଣ କରୁଥିବା ନଜୀର ରହିଛି l ଏହା ଉପରେ ରୋକ ଲଗାଇବା ପାଇଁ ଜିଲ୍ଲା କଂଗ୍ରେସ ପକ୍ଷରୁ ସିଡିଏମଓ ଙ୍କୁ ଲିଖିତ ଭାବେ ଅଭିଯୋଗ କରାଯାଇ ଥିଲେ ମଧ୍ୟ କୌଣସି ପ୍ରକାର ତଦନ୍ତ କିମ୍ବା କାର୍ଯ୍ୟାନୁଷ୍ଠାନ ହୋଇ ପାରିନାହିଁ l ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାର ପ୍ରମୁଖ ବ୍ଲକ କଂଗ୍ରେସ ସଭାପତି ନୟାଗଡ଼ ହାସୀମ ଖାଁ,ଓଡଗାଁ ପୂର୍ଣ୍ଣଚନ୍ଦ୍ର ପରିଡା, ଦଶପଲ୍ଲା ବୁଲୁ ପରିଡା, ନୂଆଗାଁ ଅଶୋକ କୁମାର ନାୟକ, ପ୍ରମୁଖ ଉପସ୍ଥିତ ଥିଲେ l

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ଗୁରୁ ଦିବସ ପାଳନ କଲା ରୋଟାରୀ କ୍ଳବ୍ 

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ଗୁରୁ ଦିବସ ପାଳନ କଲା ରୋଟାରୀ କ୍ଳବ୍ 

September 6, 2026
ଅବସରପ୍ରାପ୍ତ ଶିକ୍ଷକଙ୍କୁ ‘ଗୁରୁ ସମ୍ବର୍ଦ୍ଧନା ଉତ୍ସବ’ ଅନୁଷ୍ଠିତ

ଅବସରପ୍ରାପ୍ତ ଶିକ୍ଷକଙ୍କୁ ‘ଗୁରୁ ସମ୍ବର୍ଦ୍ଧନା ଉତ୍ସବ’ ଅନୁଷ୍ଠିତ

September 6, 2026
ଇଟାମାଟି ଗିଭି ବ୍ଲଡ଼ ସେଭ୍ ଲାଇଫ ତରଫରୁ ଗୁରୁ ଦିବସ ପାଳନ

ଇଟାମାଟି ଗିଭି ବ୍ଲଡ଼ ସେଭ୍ ଲାଇଫ ତରଫରୁ ଗୁରୁ ଦିବସ ପାଳନ

September 6, 2026
ନୟାଗଡ଼ ଜିଲ୍ଲା କାରାଗାରରେ ସ୍ଵାବଲମ୍ବନ ଭିତ୍ତିକ ଦକ୍ଷତା କାର୍ଯକ୍ରମର ଉଦ୍ ଘାଟନ 

ନୟାଗଡ଼ ଜିଲ୍ଲା କାରାଗାରରେ ସ୍ଵାବଲମ୍ବନ ଭିତ୍ତିକ ଦକ୍ଷତା କାର୍ଯକ୍ରମର ଉଦ୍ ଘାଟନ 

September 6, 2026

Recent News

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ଗୁରୁ ଦିବସ ପାଳନ କଲା ରୋଟାରୀ କ୍ଳବ୍ 

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ଗୁରୁ ଦିବସ ପାଳନ କଲା ରୋଟାରୀ କ୍ଳବ୍ 

September 6, 2026
ଅବସରପ୍ରାପ୍ତ ଶିକ୍ଷକଙ୍କୁ ‘ଗୁରୁ ସମ୍ବର୍ଦ୍ଧନା ଉତ୍ସବ’ ଅନୁଷ୍ଠିତ

ଅବସରପ୍ରାପ୍ତ ଶିକ୍ଷକଙ୍କୁ ‘ଗୁରୁ ସମ୍ବର୍ଦ୍ଧନା ଉତ୍ସବ’ ଅନୁଷ୍ଠିତ

September 6, 2026
ଇଟାମାଟି ଗିଭି ବ୍ଲଡ଼ ସେଭ୍ ଲାଇଫ ତରଫରୁ ଗୁରୁ ଦିବସ ପାଳନ

ଇଟାମାଟି ଗିଭି ବ୍ଲଡ଼ ସେଭ୍ ଲାଇଫ ତରଫରୁ ଗୁରୁ ଦିବସ ପାଳନ

September 6, 2026
ନୟାଗଡ଼ ଜିଲ୍ଲା କାରାଗାରରେ ସ୍ଵାବଲମ୍ବନ ଭିତ୍ତିକ ଦକ୍ଷତା କାର୍ଯକ୍ରମର ଉଦ୍ ଘାଟନ 

ନୟାଗଡ଼ ଜିଲ୍ଲା କାରାଗାରରେ ସ୍ଵାବଲମ୍ବନ ଭିତ୍ତିକ ଦକ୍ଷତା କାର୍ଯକ୍ରମର ଉଦ୍ ଘାଟନ 

September 6, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ଗୁରୁ ଦିବସ ପାଳନ କଲା ରୋଟାରୀ କ୍ଳବ୍ 

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ଗୁରୁ ଦିବସ ପାଳନ କଲା ରୋଟାରୀ କ୍ଳବ୍ 

September 6, 2026
ଅବସରପ୍ରାପ୍ତ ଶିକ୍ଷକଙ୍କୁ ‘ଗୁରୁ ସମ୍ବର୍ଦ୍ଧନା ଉତ୍ସବ’ ଅନୁଷ୍ଠିତ

ଅବସରପ୍ରାପ୍ତ ଶିକ୍ଷକଙ୍କୁ ‘ଗୁରୁ ସମ୍ବର୍ଦ୍ଧନା ଉତ୍ସବ’ ଅନୁଷ୍ଠିତ

September 6, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version