ଖଣ୍ଡପଡ଼ା (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଖଣ୍ଡପଡ଼ା ବ୍ଲକ ଅଧିନ ବନମାଳି ପୁର ପ୍ରଭୁ ଶ୍ରୀ ସୋମନାଥ ଦେବଙ୍କ ପଞ୍ଚୁ ଦୋଳ ଯାତ୍ରା ପଡ଼ିଆରେ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ‘ମୋ ମାଟି ଭାପୁର’ ପକ୍ଷରୁ ୫ ମ ବାର୍ଷିକ “ଗୁରୁ ସାକ୍ଷାତ ପରଂବ୍ରହ୍ମ” କାର୍ଯ୍ୟକ୍ରମ ଶିକ୍ଷାବିତ ରବୀନ୍ଦ୍ର ନାଥ ପଟ୍ଟନାୟକଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ ହୋଇଯାଇଛି I ଭାପୁର ବ୍ଲକ ଉପାଧ୍ୟକ୍ଷ ତଥା ମୋ ମାଟି ଭାପୁର ଅନୁଷ୍ଠାନର ସଭାପତି ବେଣୁଧର ପ୍ରଧାନ ଗୁରୁ ମାନଙ୍କ ପାଦ ଧୋଇ ଆଶୀର୍ବାଦ କାମନା କରିଥିଲେ I

ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଗୁରୁ ଓ ଗୁରୁ ମା ମାନଙ୍କ ମଥାରେ ଫୁଲ, ଚନ୍ଦନ ଦେଇ ଉତ୍ତରୀୟ ପ୍ରଦାନ କରି ସମ୍ବନ୍ଧିତ କରାଯାଇଥିଲା I ପ୍ରାରମ୍ଭରେ ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରାଣକୃଷ୍ଣ ମହାରଣା, ସବିତା ଶୁକ୍ଲା, ବାଣୀ କଣ୍ଠ ଶିଳ୍ପୀ ଯୁଧୂଷ୍ଠିର ଖୁଣ୍ଟିଆ ପ୍ରମୁଖ ଭଜନ ପରିବେଷଣ କରିଥିବା ବେଳେ ଛାତ୍ରୀ ପ୍ରଜ୍ଞା ପ୍ରିୟଦର୍ଶିନୀ ଗୋଛି ଙ୍କ ଓଡ଼ିଶୀ ନୃତ୍ୟ ସମସ୍ତଙ୍କ ମନକୁ ଛୁଇଁଥିଲା I ପରେ ଅତିଥିମାନେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ଡ଼ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ବଳନ କରିଥିଲେ ।

ଯୁବ ଉପସ୍ଥାପକ ଅଂଶୁମାନ ଜେନା କାର୍ଯ୍ୟକ୍ରମରେ ସଂଯୋଜନା କରିବା ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ I ଅନୁଷ୍ଠାନ ପକ୍ଷରୁ ସମସ୍ତ ଅତିଥି ମାନଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଦେଇ ସମ୍ବନ୍ଧିତ କରାଯାଇଥିଲା I ଅନୁଷ୍ଠାନ ପକ୍ଷରୁ ମୁଦ୍ରିତ ‘ବୁଝୁ ନ ବୁଝୁ ପଢ଼ ଗୀତା’ ପୁସ୍ତକ କୁ ମୁଖ୍ୟ ସମ୍ମାନିତ ଅତିଥି ମାନଙ୍କ ଦ୍ବାରା ଲୋକାର୍ପିତ ହୋଇଥିଲା I















