ବାଲିଗୁଡା (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ଦୋକାନ ଚୋରି, ଗାଡ଼ି ଚୋରି, ସୁନାଗହଣା ଲୁଟ୍ ଏବଂ ଗାଡ଼ିର ଡିକି ଭାଙ୍ଗି ଟଙ୍କା ଲୁଟ୍ ଭଳି ଘଟଣା ପୁଲିସର ଚିନ୍ତା ବଢ଼ାଇଥିଲା । ଏହି ଘଟଣା ଗୁଡ଼ିକରେ ସମ୍ପୃକ୍ତ ଏକ ଚୋର ଗ୍ୟାଙ୍ଗକୁ ଠାବ କରି କୋଟଗଡ଼ ପୁଲିସ ୪ ଜଣଙ୍କୁ ଗିରଫ କରିଛି । ନିକଟରେ କୋଟଗଡ଼ ନୂଆ କୁମ୍ଭାର ସାହିର ମଞ୍ଜୁ ନାୟକଙ୍କ ଘରେ ପଶି ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ସୁନାଗହଣା ସହ ନଗଦ ୨୫ ହଜାର ଟଙ୍କା ଓ ୨ଟି ମୋବାଇଲ ଫୋନ ଲୁଟି ନେଇଥିଲେ ।















