ବାଲିଗୁଡା (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଅଞ୍ଚଳରେ କିଛି ଦିନର ନିରବତା ପରେ ଗତ ରାତିରେ ପୁଣି ଏକ ଚୋରି ହେବା ଖବର ମିଳିଛି । ଗତ ରାତିରେ ଦାରିଙ୍ଗବାଡି ଛକ ଠାରେ ଥିବା ଏକ ଦୋକାନର କାନ୍ଥ କଣା କରି ବ୍ୟବସାୟ ପାଇଁ ରଖି ଥିବା ଖୁଚୁରା ଟଙ୍କା ପଇସା ଓ ବିସ୍କୁଟ ମିକ୍ଚର ଆଦି ବିଭିନ୍ନ ଜିନିଷ ପତ୍ର ଚୋରି ହୋଇଯାଇଛି ।

ଉକ୍ତ ଛକରେ କଞ୍ଜାମେଣ୍ଡିର ଆଦିକନ୍ଦ ସାହୁ ଗତକାଲି ସବୁ ଦିନ ପରି ଦୋକାନ ବନ୍ଦ କରି ଆସିଥିଲେ କିନ୍ତୁ ଆଜି ସକାଳୁ ଯାଇ ଦୋକାନ ଖୋଲି ଦେଖିଲା ବେଳକୁ ବିଭିନ୍ନ ଜିନିଷ ବିଛାଡି ହୋଇ ପଡିଥିବା ବେଳେ ବିଭିନ୍ନ ଜିନିଷ ଚୋରି ହୋଇଯାଇଛି ।















