ମାଲକାନଗିରି (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ଏମଭି-୫୮ ଗ୍ରାମ ଖେଳ ପଡିଆରେ ଜୟ ମା’ ବାସନ୍ତୀ ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ଦିନରେ ଆଜି ଉତ୍ସାହର ସହ ପ୍ରବଳ ଦର୍ଶକ ଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା । ଆଜିର ମ୍ୟାଚ୍ରେ ପଡିଆ ଫୁଟବଲ କ୍ଳବ ଏବଂ ଗଣ୍ଡୱାନା ଫୁଟବଲ କ୍ଳବ ପରସ୍ପର କୁ ଭେଟିଥିଲେ। ପଡିଆ ଫୁଟବଲ କ୍ଳବକୁ ୨-୧ରେ ପରାସ୍ତ କରି ଗଣ୍ଡୱାନା ଫୁଟବଲ କ୍ଳବ ବିଜୟ ହାସଲ କରିଥିଲା । ଆଜିର ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ ସଭାପତି ଅଶୋକ ମିଶ୍ର ଯୋଗ ଦେଇଥିଲେ ।















