ଟାଙ୍ଗୀ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ନୟାଗଡ଼ ଜ଼ିଲା ଚାନ୍ଦପୁର ଥାନା ଅଧୀନସ୍ଥ ବେଣ୍ଟ ଗ୍ରାମ ନିକଟସ୍ଥ ଜଙ୍ଗଲ ରୁ ଠାବ କରାଯାଇଥିବା ନରକଙ୍କାଳ ଟି ଦିବ୍ୟପ୍ରକାଶ ଙ୍କର ଓ ତାଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟାକରିଥିବା ହତ୍ୟାକାରୀଙ୍କ ମଧ୍ୟରୁ ଦୁଇ ଜଣକୁ ପୁଲିସ ଗିରଫ କରିଥିବା ଚାନ୍ଦପୁର ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ନୟାଗଡ଼ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାସ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି ।

ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶିତ ଖବର ଯୋଗୁ ପୁଲିସ ତତ୍ପରତା ପ୍ରକାଶ କରି ତଦନ୍ତକୁ ବାଟବଣାରୁ ବିରତ ହୋଇ ଶେଷରେ ହତ୍ୟାକାରୀଙ୍କ ପାଖରେ ପହଂଚି ଥିଲେ ମଧ୍ୟ ଆହୁରି ଅନେକ ରହସ୍ୟ ଓ ସାଙ୍ଘାତିକ ବେଆଇନ କାର୍ଯ୍ୟ ରୁ ଦୂରେଇ ରହୁଥିବା ଅନୁମାନ କରାଯାଉଛି । ପ୍ରଥମେ ଲୋକଙ୍କ କଥାରେ ପଡ଼ି ଦାୟିତ୍ୱ ସମ୍ପନ୍ନ ପୁଲିସ
ଓସ୍ତ ପଡା ପାଣୁ ସାହୁଙ୍କ ପୁଅ କାଳିଆକୁ ଆଣି ରଙ୍ଗମଞ୍ଚରେ ଠିଆକରାଇ ତଦନ୍ତ କୁ ବାଟବଣା ଯୋଜନାକୁ ପଣ୍ଡ କରିଦେଲେ ଗଣମାଧ୍ୟମ କେବଳ ଏହି ହତ୍ୟାକାଣ୍ଡ ନୁହେଁ ବହୁ ସାଙ୍ଘାତିକ ବେଆଇନ କାର୍ଯ୍ୟ ଓ ରହସ୍ୟ ଜନକ ଅସାମାଜିକ କାର୍ଯ୍ୟକଳାପର କେନ୍ଦ୍ର ଶ୍ରୀରାଗମ ଚିଙ୍ଗୁଡ଼ି କମ୍ପାନୀ ବିରୋଧରେ ପୁଲିସ ତଦନ୍ତ ରେ ଶିଥିଳତା ପରିଲକ୍ଷିତ ହେଉଛି।















