ଟାଙ୍ଗୀ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ନୟାଗଡ ଜ଼ିଲା ଚାନ୍ଦପୁର ଥାନା ଅଧୀନସ୍ଥ ବେଣ୍ଟ ଗ୍ରାମ ର ଜଙ୍ଗଲ ନିକଟସ୍ଥ ପାଣି ନାଳରେ ପଡ଼ିଥିବା ନର କଙ୍କାଳ ର ପ୍ରକୃତ ହତ୍ୟାକାରୀ ଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ନୟାଗଡ଼ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାସ ଚନ୍ଦ୍ର ପଣ୍ଡା ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ଏହି ଯୋଜନାବଦ୍ଧ ନାରକୀୟହତ୍ୟାକାଣ୍ଡର କେନ୍ଦ୍ରସ୍ଥଳ ହେଉଛି ବେଣ୍ଟସ୍ଥିତ ଶ୍ରୀରାଗମ ଚିଙ୍ଗୁଡ଼ି କାରଖାନା ଯୋଜନା ସେହିଠାରୁ ଆରମ୍ଭ ହୋଇ ବେଣ୍ଟ ଠାରେ କାର୍ଯ୍ୟକାରୀ ହୋଇଥିବା କଡା ଜବାବର ସନ୍ଦେହ ସତ୍ୟରେ ପରିଣତ ହେବାକୁ ଯାଉଛି ।















