No Result
View All Result

ଖୋରଧା (ଓଡିଶା ତାଜାନ୍ୟୁଜ ) (ନି. ପ୍ର) ଜଟଣୀ :- ଖୋରଧା ଜିଲ୍ଲା ଜଟଣୀ ପୌର ପରିଷଦ ଅନ୍ତର୍ଗତ ରେତଙ୍ଗ କଲୋନୀ ହବିବି ମସଜିଦ କମିଟି ଆନୁକୂଲ୍ୟରେ ପ୍ରବାଦ ପୁରୁଷ ମହମ୍ମଦ୍ ଙ୍କ ଜନ୍ମ ଦିନ ଇଦ୍-ଏ-ମିଲାଦୁନ୍-ନବୀ’ଧୁମ ଧାମରେ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ବିରାଟ ଶୋଭାଯାତ୍ରା ମିଲନ କ୍ଲବ୍ କୁଦିଆରୀ ଓ ବାଛରା ପାଟଣା ମଦରସା ତୁଲ ମଦିନା’ ଠାରୁ ବାହାରି ମହମ୍ମଦ ଙ୍କ ବାର୍ତ୍ତା ପ୍ରଚାର କରି ନଗର ପରିକ୍ରମା କରିବା ସହିତ ରେତଙ୍ଗ କଲୋନୀ ହବିବୀ ମସଜିଦ ଠାରେ ସମାପ୍ତ ହୋଇଥିଲା ।

ସେଠାରେ ମୌଲାନା ମାନଙ୍କ ଦ୍ୱାରା ସୁସ୍ଥ ସାମାଜିକ ଜୀବନ ପାଇଁ ଧର୍ମଗ୍ରନ୍ଥ କୋରାନରେ ରଚିତ ମହମ୍ମଦଙ୍କ ହିତ ଉପଦେଶ ବାଣୀ ପ୍ରଚାର କରିଥିଲେ । ଏହି ଅବସରରେ ସହ ସହ ଶୋଭାଯାତ୍ରା କାରୀଙ୍କୁ (ଯୁଲୁସ)ବଡ଼ି ମସଜିଦ ଛକରେ ଜଟଣୀର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ରହେମତ୍ ଟ୍ରଷ୍ଟ ପକ୍ଷରୁ ଲେମ୍ବୁ ପାଣି ପିଇବା ପାଇଁ ଦିଆଯିବା ସହିତ ଜୈନିକ ଅପସ୍ମାର ରୋଗରେ ପୀଡ଼ିତ ବୃଦ୍ଧା ଭଗୱତି ଆମ୍ମା ଙ୍କୁ ଏକ ହ୍ୱିଲ ଚେୟାର ତାଙ୍କର ସୁପୁତ୍ର ଆର୍.ନୱବା ରାଜୁକୁ ଭୁବନେଶ୍ବର କମିସନୋରେଟ୍ ପୋଲିସର ଏ.ଡି.ସି.ପି ସଞ୍ଜୟ ମହାପାତ୍ର,ଏ.ସି. ପି ଜୋନ୍ ୩ ପ୍ରଶାନ୍ତ ସାହୁ ଓ ଜଟଣୀ ଥାନା ଅଧିକାରୀ ଷ୍ଟାଲିନ ବିଶ୍ୱାଳ ଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମକୁ ରହେମତ୍ ଟ୍ରଷ୍ଟ ର ଅଧ୍ୟକ୍ଷ ଶୟଦ୍ ଫୟେଜୁଲା, ଆଲମଗିର ଶାହା,ମହମ୍ମଦ୍ କଲିମ,ଜମିର ଆଲମ,ଶୟଦ ଲିୟାକତ, ଇରଫାନ୍ ଖାନ,ମକବୁଲ୍ ଆଲମ୍, ଇଯାଜ୍ ସିଦ୍ଦିକି, ଅଜୀମ ଖାନ, ମହମ୍ମଦ୍ ଆଲିମ, ଅଶରଫ ଅଲ୍ଲୀ, ମହମ୍ମଦ୍ ସର୍ଫରାଜ୍, ଜାହାଙ୍ଗିର ବାଶା,

ଜଗବନ୍ଧୁ ପ୍ରଧାନ,ଅଜୟ ସାହୁ,ୱେଲ ଫ୍ରିଡ ରେଡେନ୍, ଶେଖ୍ ମୋରାଦ୍, ଜିନତୁନ ନିଶା, ରୀମା ମଣ୍ଡଲ, ମମତା ବେହେରା, ବନ୍ଦିତା, ସାଜିଆ ଜିନ୍ନତ, ମହେଜବିନ, ଆଫ୍ରିନ୍ ବେଗମ୍ ଓ ଟ୍ରଷ୍ଟର ଉପଦେଷ୍ଟା, ସାମ୍ବାଦିକ ମହମ୍ମଦ୍ ଇଫତେଖାର୍ ଅଲ୍ଲୀ ପ୍ରମୂଖ ସଂଯୋଜନା ଓ ପରିଚାଳନା କରିଥିଲେ ।

No Result
View All Result