ନୂଆଗାଁ (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ନୂଆଗାଁ ଥାନା ଅନ୍ତର୍ଗତ ସୋରଡ଼ା ଜିଓ ପେଟ୍ରୋଲ ଟାଙ୍କି ନିକଟରେ ମଧ୍ୟାହ୍ନ ସମୟରେ ଆଇଚର ଗାଡ଼ି ନଂ ସିଜି ୧୧ ବିକେ ୬୬୫୧ ଓ ବାଇକ ଓଡ଼ି ୨୫ ଟି ୩୧୮୪ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା।ସୂଚନା ଅନୁଯାୟୀ ବାଇକ ଆରୋହୀ ସୁବାଷ ନାୟକ ( ୩୭) ସୋରଡ଼ା ଠାରେ ଥିବା ଜିଓ ପେଟ୍ରୋଲ ଟାଙ୍କିରେ ପେଟ୍ରୋଲ ପକେଇ ନିଜ ଗାଁ କୁ ଫେରୁଥିବା ବେଳେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆଇଚର ଗାଡ଼ି ଦଶପଲ୍ଲା ଅଭିମୁଖେ ଆସୁଥିଲା ଫଳରେ ମୁହାଁମୁହିଁ ଧକ୍କା ହୋଇଥିଲା ।

ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକଙ୍କ ସହଯୋଗରେ ବାଇକ ଆରୋହୀ ସୁବାଷ ନାୟକ ଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଇଚର ଗାଡ଼ି ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଥିବା ସୂଚନା ମିଳିଛି।ମୃତ ବ୍ୟକ୍ତି ହେଲେ ଲୁଣିସାର ଗ୍ରାମର ମେଘନାଦ ନାୟକ ଙ୍କ ପୁଅ ସୁବାଷ ନାୟକ (୩୭) । ମର୍ମନ୍ତୁତ ସଡ଼କ ଦୃଘଟଣା କୁ ନେଇ ଲୋକେ ଉତ୍ତକ୍ତ୍ୟ ହୋଇ ମଧ୍ୟାହ୍ନ ୧୨. ୩୦ ସମୟ ରୁ ପ୍ରାୟ ଦୁଇଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ ଯାହା ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ବହୁ ସଂଖ୍ୟାରେ ଗାଡ଼ି ଚଳାଚଳ ଠପ ହୋଇଥିଲା ।

ଖବର ପାଇ ନୂଆଗାଁ ଥାନା ଅଧିକାରୀ ରଶ୍ମିରଞ୍ଜନ ସାହୁ ଏବଂ ଦଶପଲ୍ଲା ଥାନା ଅଧିକାରୀ ବିନୟ କୁମାର ପରିଡା ପହଞ୍ଚି ବୁଝାସୁଝା ପରେ ଉତ୍ତକ୍ତ୍ୟ ଲୋକେ ଧାରଣାରୁ ଉଠିଥିଲେ।ଫଳରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା ।ଏହି ଦୁଃଖଦ ଖବର ଶୁଣି ଘଟଣାସ୍ଥଳରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ପହଞ୍ଚି ଦୁର୍ଘଟଣା ବିଷୟରେ

ବୁଝି ମୃତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ପ୍ରଶାସନ ତରଫରୁ କ୍ଷତିପୂରଣ ଯୋଗାଇଦେବା ପାଇଁ ଦାବି କରିଥିଲେ।ନୂଆଗାଁ ଥାନା ଅଧିକାରୀ ରଶ୍ମି ରଂଜନ ସାହୁ ଉପସ୍ଥିତ ଥିଲେ । ନୂଆଗାଁ ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତ ଶରୀର କୁ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି ।














