ଟାଙ୍ଗୀ (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ବେଣ୍ଟ ଗ୍ରାମ ନିକଟ ନରକଙ୍କାଳ ଘାଟଣା ଚାନ୍ଦପୁର ଥାନା ଅଧିକାରୀ ପାଗଳ ମଦୁଆ କହି ଠିକଣାର ସନ୍ଧାନ ପାଇଛନ୍ତି ବୋଲି ପ୍ରତିକ୍ରିୟା ଦେବାପରେ , ମା କହୁଛି ସେ ନରକଙ୍କାଳ ମୋ ପୁଅର ନୁହେଁ । ଚକିତ କରୁଛି ଚାନ୍ଦପୁର ଥାନା ଅଧିକାରୀ ଅଭୟ କୁମାର ବେହେରା ଙ୍କ ବେପରୁଆ ମନ୍ତବ୍ୟ । ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଂଚଳରେ ଗତ କାଲି ୧୯ ଅଗଷ୍ଟ ରାତିରେ ବେଣ୍ଟ ଜଙ୍ଗଲ ପାଣି ଧାରରୁ ଉଦ୍ଧାର ହୋଇଥିବା ନରକଙ୍କାଳ କୁ ଚାନ୍ଦପୁର ଥାନା ଅଧୀନସ୍ଥ ଓସ୍ତପଡା ଗ୍ରାମର ପାଣୁ ସାହୁଙ୍କ ପୁଅ ,

କାଳିଆ ସାହୁ ପୁଲିସ୍ ସୂଚନା ଦେଇ କେସ୍ ନଂ ୧୩/୨୦୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବାବେଳେ , ପାଣୁ ସାହୁଙ୍କ ପତ୍ନୀ ମନା କରିଦେଇଛନ୍ତି ସେ ନରକଙ୍କାଳ ମୋ ପୁଅ କାଳୁ ର ନୁହେଁ । ସେପଟେ ଦୀର୍ଘ ୮ ରୁ ୧୦ ଦିନ ହେବ ଘରକୁ ପୁଅ କାଳୁ ଫେରି ନଥିବାରୁ, ଚାନ୍ଦପୁର ପୁଲିସ୍ ସ୍ଥାନୀୟ ଲୋକଙ୍କ ଗୁଜବକୁ ଶୁଣି ଏଭଳି ମନ୍ତବ୍ୟ ପୁଲିସ୍ ର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।















