• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆକାଶ ଏଜୁକେଶନାଲ ସର୍ଭିସେସ ଲିମିଟେଡ ପକ୍ଷରୁ ଆନ୍ଥେ ୨୦୨୬ ଉନ୍ମୋଚିତ

Proprietor Abhimanyu Maharana by Proprietor Abhimanyu Maharana
August 18, 2026
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ଶିକ୍ଷା ଓ ନିଯୁକ୍ତି, ହୋମ୍
0
Aakash Educational Services Limited (AESL)  Launches ANTHE 2026
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ଆକାଶ ଏଜୁକେଶନାଲ ସର୍ଭିସେସ ଲିମିଟେଡ (ଏଇଏସଏଲ) ପକ୍ଷରୁ ଆକାଶ ନ୍ୟାଶନାଲ ଟାଲେଂଟ ହଂଟ ଏଗ୍‌ଜାମ, ଆନ୍ଥେ ୨୦୨୬ ଉନ୍ମୋଚିତ ହୋଇଛି । ଏହାର ଆରମ୍ଭ ପରଠାରୁ ୧ କୋଟିରୁ ଅଧିକ ଛାତ୍ରଛାତ୍ରୀ ଆନ୍ଥେ ପାଇଁ ପଞ୍ଜୀକରଣ କରିଥିବା ବେଳେ ଏହି ପରୀକ୍ଷା ଭାରତର ଅନ୍ୟତମ ସର୍ବବୃହତ ଓ ଦୀର୍ଘତମ ଷ୍ଟୁଡେଂଟ ଆସେସମେଂଟ ପ୍ଲାଟଫର୍ମରେ ପରିଣତ ହୋଇଛି। ଆନ୍ଥେ ୨୦୨୬ ପାଇଁ ପଞ୍ଜୀକରଣ ଏବେ ଅଫିସିଆଲ ଆନ୍ଥେ ପୋର୍ଟାଲ ଏବଂ ଦେଶବ୍ୟାପୀ ଆକାଶ ସେଂଟରଗୁଡିକ ମାଧ୍ୟମରେ ଖୋଲା ରହିଛି । ଅନ୍‌ଲାଇନ ପରୀକ୍ଷା ଆସନ୍ତା ଅକ୍ଟୋବର ୨୭ ତାରିଖରୁ ନଭେମ୍ବର ୧ ତାରିଖ ୨୦୨୬ ପର୍ଯ୍ୟନ୍ତ ପରିଚାଳିତ ହେବ, ସେହିପରି ଅଫ୍‌ଲାଇନ ପରୀକ୍ଷା ଆସନ୍ତା ଅକ୍ଟୋବର ୧୧ ଓ ୨୫ ତାରିଖ ଏବଂ ନଭେମ୍ବର ୧ ତାରିଖ ୨୦୨୬ରେ ଅନୁଷ୍ଠିତ ହେବ ।

ଆନ୍ଥେର ମହତ୍ୱ ସମ୍ପର୍କରେ ଆକାଶ ଏଜୁକେଶନାଲ ସର୍ଭିସେସ ଲିମିଟେଡ (ଏଇଏସଏଲ)ର ଏମ୍‌ଡି ଓ ସିଇଓ, ଚନ୍ଦ୍ର ଶେଖର ଗରିସା ରେଡ୍ଡୀ କହିଛନ୍ତି, “ଆମ ପାଇଁ ଆନ୍ଥେ କେବେ ବି କେବଳ ଏକ ପରୀକ୍ଷା ନଥିଲା ଯାହା ଜଣେ ଛାତ୍ରଙ୍କ ବୃତି ନିର୍ଦ୍ଧାରିତ କରିଥାଏ। ଏହାର ବୃହତ ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀଙ୍କୁ ଏଭଳି ଏକ ପର୍ଯ୍ୟାୟରେ ସେମାନଙ୍କର ନିଜସ୍ୱ ଶିକ୍ଷାଗତ କ୍ଷମତା ବୁଝିବାରେ ସାହାଯ୍ୟ କରିବା, ଯେତେବେଳେ ସଠିକ ମାର୍ଗଦର୍ଶନ ଏକ ଅର୍ଥପୂର୍ଣ୍ଣ ପାର୍ଥକ୍ୟ ସୃଷ୍ଟି କରିପାରିଥାଏ। ଗତ ୧୬ ବର୍ଷ ମଧ୍ୟରେ ୧ କୋଟିରୁ ଅଧିକ ଛାତ୍ରଛାତ୍ରୀ ନିଜକୁ ମାପିବା ଏବଂ ସେମାନଙ୍କର ସ୍ଥିତି କ’ଣ ତାହାକୁ ବୁଝିବା ପାଇଁ ଆନ୍ଥେକୁ ଏକ ସୁଯୋଗ ଭାବେ ବିଶ୍ୱାସ କରିଆସିଛନ୍ତି। ଯାହା ଏହି ପରୀକ୍ଷାକୁ ଅଧିକ ମୂଲ୍ୟବାନ କରୁଛି ତାହା ହେଉଛି ଅନ୍ତର୍ଦୃଷ୍ଟିର ଗଭୀରତା, ଯାହା କେବଳ ଜଣେ ଛାତ୍ର କେତେ ମାର୍କ ରଖିଛନ୍ତି ତାହା ନୁହେଁ ବରଂ ସେହି ପ୍ରଦର୍ଶନ ତାଙ୍କୁ ନିଜର ଶକ୍ତି, ପ୍ରସ୍ତୁତି ଓ ସେମାନଙ୍କର ଅଧିକ ପ୍ରୟାସ ଆବଶ୍ୟକ କରୁଥିବା କ୍ଷେତ୍ରଗୁଡିକ ସମ୍ପର୍କରେ କ’ଣ କହୁଛି ସେସମ୍ପର୍କିତ ତଥ୍ୟ ପ୍ରଦାନ କରିଥାଏ। ଆମେ ଚାହୁଁଛୁ ପ୍ରତ୍ୟେକ ଛାତ୍ରଛାତ୍ରୀ ଆନ୍ଥେରୁ ନିଜର ଶିକ୍ଷାଗତ ଯାତ୍ରା ସମ୍ପର୍କରେ ଅଧିକ ସ୍ପଷ୍ଟତା ଏବଂ ଭବିଷ୍ୟତ ଦିଗରେ ଏକ ସୂଚିତ ମାର୍ଗ ହାସଲ କରନ୍ତୁ।”

ଏହି ଅବସରରେ ଆକାଶ ଏଜୁକେଶନାଲ ସର୍ଭିସେସ୍ ଲିମିଟେଡ୍‌ର ରିଜିଓନାଲ୍ ଡାଇରେକ୍ଟର, ଶ୍ରୀ ଅଜୟ ବାହାଦୁର ସିଂହଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏଥିରେ ଇଷ୍ଟ-ଜୋନ୍‌ର ଡେପୁଟି ଡାଇରେକ୍ଟର ଶ୍ରୀ ସୂର୍ଯ୍ୟଭାନୁ ସିଂହ, ଭୌମନଗର ଶାଖାର ବ୍ରାଂଚ ହେଡ୍‌, ଶ୍ରୀ ସୁଭ୍ରଜିତ ସରକାର, ଚନ୍ଦ୍ରଶେଖରପୁର ଶାଖାର ବ୍ରାଂଚ ହେଡ୍‌, ଶ୍ରୀ ମନୀଶ ପାତ୍ର ଏବଂ ଇଷ୍ଟ ଜୋନର ରିଜିଓନାଲ୍ ଅପରେସନ୍ସ ହେଡ୍‌, ଶ୍ରୀ ଜୟଦୀପ ମୁଖାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ ।

ଆନ୍ଥେ ପାଇଁ ବୃତି ଏକ ଗୁରୁତ୍ୱପୂର୍ଣ୍ଣ ଫଳାଫଳ ଭାବେ ବଜାୟ ରହିଛି ଯାହା ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଆକାଶର କ୍ଲାସରୁମ, ହାଇବ୍ରିଡ ଓ ଡିଜିଟାଲ ପ୍ରୋଗ୍ରାମ ପାଇଁ ପହଂଚ ହାସଲ କରିବାକୁ ସକ୍ଷମ କରିଥାଏ। ଆନ୍ଥେ ୨୦୨୬ ପାଇଁ ଛାତ୍ରଛାତ୍ରୀମାନେ ପ୍ରଯୁଜ୍ୟ ମାନଦଣ୍ଡ ଅନୁଯାୟୀ ୧୦୦% ପର୍ଯ୍ୟନ୍ତ ବୃତି ପାଇପାରିବେ ଏବଂ ଶୀର୍ଷ ପ୍ରଦର୍ଶନକାରୀଙ୍କ ପାଇଁ ନଗଦ ପୁରସ୍କାରରେ ୨.୫ କୋଟି ଟଙ୍କା ରହିଛି। ଏହି ପରୀକ୍ଷା ୫ମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଖୋଲା ରହିଛି ଏବଂ ଏହାକୁ ଉଭୟ ଅନ୍‌ଲାଇନ ଓ ଅଫ୍‌ଲାଇନ ଫର୍ମାଟରେ ପରିଚାଳନା କରାଯିବ।

ଶୀର୍ଷ ୧୦୦ ଜଣଙ୍କ ମଧ୍ୟରେ ର‌୍ୟାଙ୍କ ହାସଲ କରିଥିବା ନିଟ୍ ୟୁଜି ୨୦୨୬ରେ ଆକାଶର ୪୧ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୧ ଜଣ ପୂର୍ବରୁ ଆନ୍ଥେ ମାଧ୍ୟମରେ କ୍ୱାଲିଫାଏ କରିଥିଲେ। ସମାନ ରୂପେ ଜେଇଇ ଆଡ୍‌ଭାନ୍ସଡ ୨୦୨୬ ପରୀକ୍ଷାରେ ଟପ୍ ୧୦୦ ଜେଇଇ ଆଡ୍‌ଭାନ୍ସରେ ସ୍ଥାନ ପାଇଥିବା ୧୧ ଜଣଙ୍କ ମଧ୍ୟରୁ ୭ ଜଣ ଆନ୍ଥେର ଥିଲେ। ଏହି ଫଳାଫଳ ଜଣେ ଛାତ୍ରଙ୍କ ପ୍ରତିଯୋଗିତାମୂଳକ ଯାତ୍ରାରେ ପ୍ରାରମ୍ଭିକ ଚିହ୍ନଟ, ସଂଗଠିତ ଶିକ୍ଷାଗତ ପ୍ରସ୍ତୁତି ଏବଂ ସ୍ଥାୟୀ ମାର୍ଗଦର୍ଶନର ଭୂମିକାକୁ ସୂଚିତ କରୁଛି।

ଏହା ଆନ୍ଥେକୁ କେବଳ ଜେଇଇ କିମ୍ବା ନିଟ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ନୁହେଁ ବରଂ ନିଜର ଶିକ୍ଷା ଯାତ୍ରାର ପ୍ରାରମ୍ଭିକ ପର୍ଯ୍ୟାୟରେ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ପ୍ରାସଙ୍ଗିକ କରିଥାଏ। ନ୍ୟାଶନାଲ ବେଂଚମାର୍କିଙ୍ଗ ପ୍ରଦାନ କରି ଛାତ୍ରଛାତ୍ରୀମାନେ ନିଜ ରାଜ୍ୟ ଓ ଦେଶରେ ସେମାନଙ୍କ ସହପାଠୀଙ୍କ ମଧ୍ୟରେ କେଉଁ ସ୍ଥାନରେ ଅଛନ୍ତି ତାହାକୁ ବୁଝିପାରିବେ। ଏହି ମୂଲ୍ୟାଙ୍କନ ସେମାନଙ୍କୁ ପ୍ରତିଯୋଗିତାମୂଳକ ପରୀକ୍ଷାର ଦୃଷ୍ଟିକୋଣ ମାଧ୍ୟମରେ ସେମାନଙ୍କର ପ୍ରଦର୍ଶନକୁ ଦେଖିବା ଏବଂ ସେମାନେ ଅଧିକ ଧ୍ୟାନ ଦେବା ଆବଶ୍ୟକ କରୁଥିବା କ୍ଷେତ୍ରଗୁଡିକୁ ଚିହ୍ନଟ କରିବା ପାଇଁ ସକ୍ଷମ କରିଥାଏ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Aakash Educational Services Limited (AESL)  Launches ANTHE 2026

ଆକାଶ ଏଜୁକେଶନାଲ ସର୍ଭିସେସ ଲିମିଟେଡ ପକ୍ଷରୁ ଆନ୍ଥେ ୨୦୨୬ ଉନ୍ମୋଚିତ

August 18, 2026
Aakash Educational Services Limited (AESL)  Launches ANTHE 2026

Aakash Educational Services Limited (AESL) Launches ANTHE 2026

August 18, 2026
୫୦୦ରୁ ଅଧିକ ଯୁବ ଶିଳ୍ପୀ ଓ ୧୦୦ରୁ ଅଧିକ ବିଦ୍ୟାଳୟର ଅଂଶଗ୍ରହଣରେ ରଙ୍ଗତୁଳୀ-୨୦୨୬ରେ ସୃଜନଶୀଳତାର ଅନନ୍ୟ ପ୍ରଦର୍ଶନ

୫୦୦ରୁ ଅଧିକ ଯୁବ ଶିଳ୍ପୀ ଓ ୧୦୦ରୁ ଅଧିକ ବିଦ୍ୟାଳୟର ଅଂଶଗ୍ରହଣରେ ରଙ୍ଗତୁଳୀ-୨୦୨୬ରେ ସୃଜନଶୀଳତାର ଅନନ୍ୟ ପ୍ରଦର୍ଶନ

August 18, 2026
ପରମପ୍ରଭୁ ଶ୍ରୀ ଅରବିନ୍ଦଙ୍କ ୧୫୪ ତମ ଜନ୍ମବାର୍ଷିକ ଉତ୍ସବ ଅନୁଷ୍ଠିତ

ପରମପ୍ରଭୁ ଶ୍ରୀ ଅରବିନ୍ଦଙ୍କ ୧୫୪ ତମ ଜନ୍ମବାର୍ଷିକ ଉତ୍ସବ ଅନୁଷ୍ଠିତ

August 18, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Aakash Educational Services Limited (AESL)  Launches ANTHE 2026

ଆକାଶ ଏଜୁକେଶନାଲ ସର୍ଭିସେସ ଲିମିଟେଡ ପକ୍ଷରୁ ଆନ୍ଥେ ୨୦୨୬ ଉନ୍ମୋଚିତ

August 18, 2026
Aakash Educational Services Limited (AESL)  Launches ANTHE 2026

Aakash Educational Services Limited (AESL) Launches ANTHE 2026

August 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version