ନିମାପଡ଼ା (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ଶ୍ରୀମା ୱେଲ୍ପ ଫର୍ ଫାଉଣ୍ଡେସନ ଭେଙ୍କଟରାୟପୁର ଆନୁକୂଲ୍ୟରେ ସୁମନ ସ୍ୱୋଛା ସେବି ମାନକ ଦ୍ୱାରା ପୁରୀ ଜିଲ୍ଲା ନିମାପଡା ବ୍ଲକ୍ ଅନ୍ତର୍ଗତ ସିଦ୍ଧେଶ୍ୱର ମନ୍ଦିର ପ୍ରାଙ୍ଗଣରେ ପରମ ପ୍ରଭୁ ଶ୍ରୀ ଅରବିନ୍ଦଙ୍କ ୧୫୪ ତମ ଜନ୍ମ ବାର୍ଷିକୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ “ସୁମନ ” ଓଡ଼ିଶା କୋଡିନେଟର ଶ୍ରୀଧର ବେହେରା,

ଓଡ଼ିଶା ପାଠଚକ୍ର ଓ ସୁମନ ସଂଯୋଜକ ସୁକାନ୍ତ କୁମାର ଜେନା ଓଡ଼ିଶା ସୁମନ ସଂଯୋଜିକା କୌଶଲ୍ୟା ସାମଲ ଓ ନିଷ୍ଠା ଜୋନର ରଶ୍ମି ପରିଡ଼ାଙ୍କ ସମେତ ପାଠ ଚକ୍ରର କର୍ମୀ ଅନୁପମା ସାହୁଙ୍କ ସହିତ ପୁରୀ ଜିଲ୍ଲା ଅନ୍ତର୍ଗତ ୧୦ ଟି ବ୍ଲକର ସମସ୍ତ ସୁମନ ଦିଦି ମାନେ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଲୋଚନା ଚକ୍ର ସମେତ ନୀରବ ପ୍ରାର୍ଥନା, ଦୁର୍ଗା ସୋତ୍ର,

ଚିରନ୍ତନି, ସଙ୍ଗୀତ ଧାରା ପରିବେଷଣ, ବିପିନ ବିହାରୀ ଦାସଙ୍କ ଦ୍ଵାରା କବିତା ଆବୃତ୍ତି, ନୀରବ ପ୍ରାର୍ଥନା, ଶ୍ରୀ ଅରବିନ୍ଦଙ୍କ ମହାତ୍ମାର କଥା ଅମ୍ବୃତ୍ ବିଷୟରେ ଆଲୋଚନା କରାଯାଇଥିଲା । ଏଥିରେ ସମାଜ ସେବା କ୍ଷେତ୍ରରେ “ସୁମନ” ଦିଦିଙ୍କର କିପରି ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ସେ ବିଷୟରେ ଆଲୋଚନା ଓ ପର୍ଯ୍ୟାଲୋଚନା ହୋଇଥିଲା ।














