No Result
View All Result
ଜଗତସିଂହପୁର (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକରେ ଶନିବାର 80 ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି l ବ୍ଲକ ଅଧ୍ୟକ୍ଷା ମମତା ପାତ୍ର ମୁଖ୍ୟ ଅତିତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ଉଦବୋଦ୍ଧନ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ଉପାଧ୍ୟକ୍ଷା ପିନାକୀ ପ୍ରିୟଦର୍ଶିନୀ,

ବିଡ଼ିଓ ଆୟୁଷି ପତି,ଏବିଡ଼ିଓ ଲୋପାମୁଦ୍ରା ନାୟକ,ବିଶ୍ୱଜିତ ବିଶ୍ୱାଳ, ରୁଦ୍ର ପ୍ରତାପ ନନ୍ଦ ଙ୍କ ସହ ବ୍ଲକର ସମସ୍ତ କର୍ମଚାରୀ ଯୋଗଦେଇଥିଲେ l ପ୍ରଥମେ ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା l ବ୍ଲକର ମହିଳା କର୍ମଚାରୀମାନେ ଜାତୀୟ ସଂଗୀତ ବନ୍ଦେ ଉତ୍କଳ ଜନନୀ, ଓ ପରେ ଜନଗଣ ମନ ଅଧି ନାୟକ ଜୟହେ ଗାନ କରିଥିଲେ l

କୂଳକଇଜଙ୍ଗ l ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଓ ସରକାରୀ ପ୍ରାଥମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ପ୍ୟାରେଡେରେ ଅଂଶଗ୍ରହଣ କରିଥିଲେ l ସେହିପରି ବ୍ଲକର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ, ତହସିଲ, ମେଡିକାଲ, ପୋଷ୍ଟ ଅଫିସ, କ୍ଳବ, ବ୍ୟାଙ୍କ ଓ ଘରେ ଘରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରାଯାଇଥିଲା l

No Result
View All Result