ଖଣ୍ଡପଡ଼ା (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ଖଣ୍ଡପଡା ସହରାଞ୍ଚଳ ସମେତ ବ୍ଳକ ଅନ୍ତର୍ଗତ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ, ଖଣ୍ଡପଡ଼ା ମଧୁବନ କ୍ରୀଡା ଙ୍ଗନ ମିନି ଷ୍ଟାଡିୟମ ପରିସରରେ ଶନିବାର ଦିନ ପବିତ୍ର ୮୦ ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏ ଅବସରରେ ସ୍ଥାନୀୟ ବିଧାୟକ ଇଂଦୁଷ୍ମନ୍ତ କୁମାର ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିବା ସହ ତ୍ରିରଙ୍ଗା ଜାତୀୟ ପତାକା କୁ ସମ୍ମାନ ଦେଇ ଉତ୍ତୋଳନ କରିବା ସହିତ ଜାତୀୟ ସଂଗୀତ ଗାନ କରିଥିଲେ ।

ସମ୍ମିଳିତ ଅତିଥି ଭାବେ ଯୋଗଦେଇ ଥିବା ଅତିଥି ସହ ସହ ଜନସାଧାରଣ ଙ୍କ ସହ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି । ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ l ସରକାରୀ ଓ ବେସରକାରୀ ଶିକ୍ଷା ଅନୁଷ୍ଠାନ, ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ୧୮ ଟି ଦଳ ହୋଇ ଛୋଟ ବଡ ଛାତ୍ର ଛାତ୍ରୀ ପ୍ୟାରେଡ୍ ପ୍ରଦର୍ଶନ କରି ଥିଲେ।ପ୍ୟାରେଡରେ ଶ୍ରେଷ୍ଠ ୨ ଟି ପ୍ୟାରେଡ୍ ପ୍ରଦର୍ଶନ କରି ଥିବା ଶିକ୍ଷା ଅନୁଷ୍ଠାନକୁ କପ୍ ଓ ସିଲ୍ ପୁରସ୍କାର ମାନ ପତ୍ର ପ୍ରଦାନ କରାଯାଇଥିଲା ।

ସମ୍ମିଳିତ ପ୍ୟାରେଡରେ ଅଂଶ ଗ୍ରହଣ କରି ଥିବା ଛାତ୍ର ଓ ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତି ଯୋଗିତାରେ ଜଳା ସଂସ୍କୃତି, ଦେଶ ଭକ୍ତି ଗାନରେ ନୃତ୍ୟ ପରିବେଷଣ କରି ପ୍ରଶଂସିତ ହେବା ସହ କପ୍, ସିଲ୍, ମାନପତ୍ର ସହ ମିଠା ପୁଡ଼ିଆଟା ସମସ୍ତଙ୍କୁ ଦିଆ ଯାଇଥିଲା। ଛାତ୍ରଛାତ୍ରୀ ଶିକ୍ଷା ଲାଭ କରିଥିବା କଳା ପ୍ରଦର୍ଶନ କରି ସମସ୍ତଙ୍କ ମନରେ ଦେଶ ଭକ୍ତି ଜାଗ୍ରତ କରିଥିଲେ । ନୃତ୍ୟ ପ୍ରଦର୍ଶନ କରି ଥିବା ୩ ଗୋଟି ଅନୁଷ୍ଠାନକୁ ପୁରସ୍କାର ପ୍ରଦାନ କରାଯାଇଥିଲା ।















