ନୂଆଗାଁ (ଓଡ଼ିଶା ତାଜାନ୍ୟୁଜ) (ନିପ୍ର) :- ନୂଆଗାଁ ଥାନାର ବିଭିନ୍ନ ଅଞ୍ଚଳରୁ ଚୋରି ହେଉଛି। ଏ ନେଇ ଥାନାରେ ଦୁଇଟି ଲିଖିତ ଅଭିଯୋଗ ହୋଇଛି l ସୂଚନl ଅନୁଯାୟୀ – ମହିଡମା ଗ୍ରାମର ଚିତ୍ତରଞ୍ଜନ ପାତ୍ର ତାଙ୍କ ପରିବାର ଲୋକେ ଖାଇପିଇ ଶୋଇଥିଲେ। ରାତି ପ୍ରାୟ ୩ଟା ସମୟରେ ଉଠି ଦେଖିବାରେ ଦାଣ୍ଡପଟ କବାଟ ବାହର ପଟୁ ବନ୍ଦ କରି ଦିଆଯାଇଛି। ବାରି ପଟ କବାଟକୁ ଭଅଁରରେ ଖୋଲି ଚୋର ଘରେ ପଶି ଘରୁ ସୁନା ୯ ଭରି, ରୂପା ୮୦୦ ଗ୍ରାମ ନଗଦ ୫୦ ହଜାର ଟଙ୍କା ଆଦି ଲୁଟି ଚୁଟି ନେଇଛନ୍ତି l















