ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଦେଶବ୍ୟାପୀ ପାଳିତ ହେଉଥିବା ଜାତୀୟ କାର୍ଯ୍ୟକ୍ରମ ଘରେ ଘରେ ତ୍ରିରଙ୍ଗା ଅଭିଯାନ ଅବସରରେ ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଏକ ଅଭୂତପୂର୍ବ ତଥା ବିଶାଳ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମଠାରୁ ସ୍ପୋର୍ଟସ କମ୍ପ୍ଲେକ୍ସ ପର୍ଯ୍ୟନ୍ତ ଆୟୋଜିତ ଏହି ମେଗା ରାଲିରେ ହଜାର ହଜାର ଦେଶପ୍ରେମୀ, ଛାତ୍ରଛାତ୍ରୀ ଏବଂ ସାଧାରଣ ଜନତା ସାମିଲ ହୋଇ ନିଜର ଅନାବିଳ ଦେଶାତ୍ମବୋଧର ପରିଚୟ ଦେଇଛନ୍ତି ।















