ରଣପୁର (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦୀଙ୍କ ନିର୍ଦେଶକ୍ରମେ ସାରା ଦେଶରେ ଓ ଓଡ଼ିଶାରେ ଆଜିଠାରୁ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଆରମ୍ଭ ହୋଇଛି । ଏହି ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମ ଆଜିଠାରୁ ଆସନ୍ତା ଅଗଷ୍ଟ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଲୋକମାନେ ନିଜ ଘରେ ଜାତୀୟ ପତାକା ଉଡ଼ାଇ ଦେଶପ୍ରେମ ପ୍ରକଟ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଏନେଇ ନୟାଗଡ ଜିଲ୍ଲା ରଣପୁର ଏନଏସି ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ରବିବାର ଦିନ ଅପରାହ୍ନ ସମୟରେ ଅନୁଷ୍ଠିତ ହୋଇଯାଇଛି ।

ରଣପୁର ଏନଏସି ଅଧକ୍ଷା ରଙ୍ଗୀନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ପୁରୀ ସାଂସଦ ଡକ୍ଟର ସମ୍ବିଦ ପାତ୍ର, ବାଚସ୍ପତି ତଥା ରଣପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ସୁରମା ପାଢୀ, ବ୍ଲକ ଉନ୍ନୟନ ଅଧିକାରୀ ମନୋଜ କୁମାର ନାୟକ, ତହସିଲଦାର ଆର୍ଯ୍ୟ କୁମାର ସର୍ବଦମନ, ରଣପୁର ଥାନା ଅଧିକାରୀ ଆଶିଷ ଦେବ ସାହୁ, ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ସାମନ୍ତ ବିଷ୍ଣୁପ୍ରସନ୍ନ ମହାପାତ୍ର, ସ୍ବରାଜ ମହାନ୍ତି, ପରେଶ ମିଶ୍ର, ନିର୍ମଳ ମାର୍ଗଜୟସିଂହ, ଜୟନ୍ତ ନାୟକ,

ଗଣେଶ୍ବର ମାନ୍ଧାତା, ସୁଶାନ୍ତ ବେହେରା, ପ୍ରଫୁଲ୍ଲ ମହାପାତ୍ର, ପ୍ରିୟବ୍ରତ ପ୍ରହରାଜ, ଜ୍ୟୋତି ରଞ୍ଜନ ସାହୁ,କାଉନସିଲର ଓ ବିଜ୍ଞାପିତ ଅଞ୍ଚଳ ପରିଷଦ କର୍ମଚାରୀ ଯୋଗ ଦେଇଥିଲେ । ଶରଣକୁଳ ପୁଲିସ ଉପଖଣ୍ଡୀୟ ଅଧିକାରୀ ଦୀପ୍ତିକାନ୍ତ ପ୍ରଧାନ, ରଣପୁର ଥାନା ନିରୀକ୍ଷକ ଆଶିଷଦେବ ସାହୁ ଓ ଥାନା କର୍ମଚାରୀ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ । ଅଗ୍ନିଶମ ବାହିନୀ କର୍ମଚାରୀ ମଧ୍ୟ ସାମିଲ ହୋଇଥିଲେ ।

ଏହି ଅବସରରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ରଣପୁର ବସ ଷ୍ଟାଣ୍ଡରୁ ବାହାରି ବଜାର ପରିକ୍ରମା କରି ସହିଦ ରଘୁ ଦିବାକର ମଣ୍ଡପ ପଯ୍ୟନ୍ତ ଚାଲୁ ରହି ଥିଲା । ଏହି କାର୍ଯ୍ୟକ୍ରମରେ ରଣପୁର ମହାବିଦ୍ୟାଳୟର ଏନ ସି ସି ଛାତ୍ରଛାତ୍ରୀ, ବିସି ହାଇ ସ୍କୁଲର ଏନ ସି ସି ଓ ଅନ୍ୟ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ । ଏଥି ସହିତ ସ୍ଥାନୀୟ ଅଞ୍ଚଳର ଶତାଧିକ ଜନସାଧାରଣ ଘରଘର ତ୍ରିରଙ୍ଗା ଶୋଭାଯାତ୍ରାରେ ଭାରତ ମାତାର ଜୟଗlନ କରି ଅଂଶଗ୍ରହଣ କରିଥିଲେ ।
















