• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଜାତୀୟ ହସ୍ତତନ୍ତ ଦିବସ ପାଳିତ : ହସ୍ତତନ୍ତ ପରିଧାନ ପ୍ରତି ଯୁବପିଢ଼ିଙ୍କୁ ସଚେତନ କରିବାକୁ ଆହ୍ୱାନ

Proprietor Abhimanyu Maharana by Proprietor Abhimanyu Maharana
August 8, 2026
in ଓଡ଼ିଶା, ପୁରୀ, ହୋମ୍
0
ଜାତୀୟ ହସ୍ତତନ୍ତ ଦିବସ ପାଳିତ : ହସ୍ତତନ୍ତ ପରିଧାନ ପ୍ରତି ଯୁବପିଢ଼ିଙ୍କୁ ସଚେତନ କରିବାକୁ ଆହ୍ୱାନ
Share on FacebookShare on TwitterWhatsapp

ପୁରୀ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :-  ସ୍ୱେଚ୍ଛାସେବୀ ଅନୁଷ୍ଠାନ  “ସଂପର୍କ” ଓ “ଶ୍ରଦ୍ଧା ର” ମିଳିତ ଆନୁକୂଲ୍ୟରେ ଆଜି ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଶ୍ରୀବିହାର, ପୁରୀସ୍ଥିତ ପ୍ରେକ୍ଷାଳୟରେ ଜାତୀୟ ହସ୍ତତନ୍ତ ଦିବସ–୨୦୨୬ ପାଳିତ ହୋଇଯାଇଛି । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହସ୍ତତନ୍ତ ପରିଧାନର ଗୁରୁତ୍ୱ, ଭାରତୀୟ ପରମ୍ପରା ଏବଂ ‘ଭୋକାଲ୍ ଫର୍ ଲୋକାଲ୍’ ବାର୍ତ୍ତାକୁ ପହଞ୍ଚାଇବା ଉଦ୍ଦେଶ୍ୟରେ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ମହାପାତ୍ର ଯୋଗଦେଇ କହିଥିଲେ ଯେ, ହସ୍ତତନ୍ତ କେବଳ ଏକ ବସ୍ତ୍ର ନୁହେଁ, ବରଂ ଆମର ସଂସ୍କୃତି, ପରମ୍ପରା ଓ ଆତ୍ମପରିଚୟର ପ୍ରତୀକ। ସ୍ଥାନୀୟ ବୁଣାକାରଙ୍କ ଉତ୍ପାଦକୁ ପ୍ରୋତ୍ସାହନ ଦେବା ସହ ହସ୍ତତନ୍ତ ବସ୍ତ୍ରର ବ୍ୟବହାର ବୃଦ୍ଧି ପାଇଁ ସେ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ ।

ମୁଖ୍ୟବକ୍ତା ଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ହସ୍ତତନ୍ତର ଐତିହ୍ୟ, ଅର୍ଥନୈତିକ ଗୁରୁତ୍ୱ ଏବଂ ଏହାର ସୁରକ୍ଷା ଓ ପ୍ରଚାରରେ ଯୁବପିଢ଼ିଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ଶ୍ରଦ୍ଧା ଅନୁଷ୍ଠାନର ବରିଷ୍ଠ ସଦସ୍ୟ ପଦ୍ମନାଭ ପଣ୍ଡା ଯୋଗଦେଇ ହସ୍ତତନ୍ତ ଶିଳ୍ପର ସଂରକ୍ଷଣ ଓ ପ୍ରସାର ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ପିଜି କାଉନସିଲର ଅଧ୍ୟକ୍ଷ ପ୍ରଫେସର ଶତ୍ରୁଘ୍ନ ପାଣିଗ୍ରାହୀ ଯୋଗଦେଇ ସମସ୍ତଙ୍କୁ ସ୍ବାଗତ କରିଥିଲେ।ବୟନ ବିଭାଗ ଇଣ୍ଡଷ୍ଟ୍ରିଆଲ ଇନ୍ସପେକ୍ଟର ରମାକାନ୍ତ ବର୍ଦ୍ଧନ ହସ୍ତତନ୍ତ ଦିବସ ର ତାତ୍ପର୍ଯ୍ୟ ଓ ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ମତ ଦେଇଥିଲେ ।

ସଂପର୍କ ର ସାଧାରଣ ସମ୍ପାଦକ ସୌମେନ୍ଦ୍ର ଦାସ ଅନୁଷ୍ଠାନ ପକ୍ଷରୁ ହସ୍ତତନ୍ତ, ହସ୍ତଶିଳ୍ପ ଓ ଭାରତୀୟ ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ନିୟମିତ ଭାବେ ଆୟୋଜନ କରାଯାଉଛି। ଓଡ଼ିଶାର ହସ୍ତତନ୍ତ ସାରା ଦେଶ ତଥା ବିଦେଶରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। କିନ୍ତୁ ଆଧୁନିକ ଯନ୍ତ୍ରନିର୍ମିତ ବସ୍ତ୍ରର ବ୍ୟାପକ ପ୍ରସାର, ବଜାରରେ ନକଲି ସାମଗ୍ରୀର ବହୁଳ ଉପଲବ୍ଧତା ଏବଂ ଉପଭୋକ୍ତାଙ୍କ ସଚେତନତାର ଅଭାବ ଯୋଗୁଁ ହସ୍ତତନ୍ତ ଶିଳ୍ପ ଆଜି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛି। ଫଳରେ ଅନେକ ବୁଣାକାର ନିଜ ପୈତୃକ ବୃତ୍ତି ଛାଡ଼ି ଅନ୍ୟ ପେଶାକୁ ଆପଣାଇବାକୁ ବାଧ୍ୟ ହେଉଛନ୍ତି ।

ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପ ଫଳରେ ବୁଣାକାରମାନେ ବିଶ୍ୱ ବଜାରରେ ନିଜ ଉତ୍ପାଦର ବିକ୍ରୟ ବୃଦ୍ଧି ସହ ସ୍ୱତନ୍ତ୍ର ପରିଚୟ ସୃଷ୍ଟିର ସୁଯୋଗ ପାଉଛନ୍ତି। ତଥାପି ଯେପର୍ଯ୍ୟନ୍ତ ଯୁବପିଢ଼ି ହସ୍ତତନ୍ତ ବସ୍ତ୍ରର ବ୍ୟବହାର ବଢ଼ାଇବେ ନାହିଁ, ସେପର୍ଯ୍ୟନ୍ତ ବୁଣାକାରମାନଙ୍କ ଜୀବନଯାପନରେ ପ୍ରକୃତ ପରିବର୍ତ୍ତନ ଆସିବ ନାହିଁ।ଆଜିର ଯୁବପିଢ଼ି ଏହି ଦିଗରେ ବଡ଼ ଭୂମିକା ଗ୍ରହଣ କରିପାରିବେ। ସାମାଜିକ ଗଣମାଧ୍ୟମରେ ସ୍ୱଦେଶୀ ଉତ୍ପାଦର ପ୍ରଚାର, ସ୍ଥାନୀୟ ବୁଣାକାରଙ୍କୁ ସମର୍ଥନ ଏବଂ ‘ଭୋକାଲ୍ ଫର୍ ଲୋକାଲ୍’ ଭଳି ଚିନ୍ତାଧାରାକୁ ଆଗେଇ ନେବା ମାଧ୍ୟମରେ ସେମାନେ ଦେଶର ଅର୍ଥନୈତିକ ବିକାଶର ସହଯାତ୍ରୀ ହୋଇପାରିବେ ବୋଲି ସେ ମତ ପ୍ରକାଶ କରିଥିଲେ ।

ଅଧ୍ୟାପିକା ସସ୍ମିତା ବନ୍ଦର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଦୀର୍ଘ ୩୦ ବର୍ଷ ଧରି ଶ୍ରୀଜୀଉଙ୍କ ପାଇଁ ହସ୍ତତନ୍ତ ବସ୍ତ୍ର ଯୋଗାଇ ଆସୁଥିବା ବିଶିଷ୍ଟ ବୁଣାକାର ଗୋପୀନାଥ ଦାସଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା । ସେହିପରି ପୁରୀ ଜିଲ୍ଲାର ବ୍ରାହ୍ମଣ ଆଳେଣ୍ଡିଆ ହସ୍ତତନ୍ତ ଗ୍ରାମର ବୁଣାକାରମାନଙ୍କୁ ମଧ୍ୟ ସେମାନଙ୍କ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ମନୋରଞ୍ଜନ ସାମନ୍ତରାୟ,ଅରବିନ୍ଦ ଶତପଥୀ, ହର ପ୍ରସାଦ ମହାପାତ୍ର,କୃଷ୍ଣ ଚନ୍ଦ୍ର ମହାନ୍ତି, ବୟନ ଶିଳ୍ପ ପ୍ରଶିକ୍ଷକ ପ୍ରଫୁଲ୍ଲ ବେହେରା, ଶୁଭ ପ୍ରସାଦ ଶର୍ମା, ବହୁ ସଂଖ୍ୟକ ଛାତ୍ରଛାତ୍ରୀ, ଶିକ୍ଷକ, ବୁଣାକାର, ସମାଜସେବୀ ଓ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ହସ୍ତତନ୍ତ ବସ୍ତ୍ରର ବ୍ୟବହାରକୁ ପ୍ରୋତ୍ସାହନ ଦେବା ସହ ‘ଭୋକାଲ୍ ଫର୍ ଲୋକାଲ୍’ ଅଭିଯାନକୁ ସଫଳ କରିବା ପାଇଁ ସଂକଳ୍ପ ଗ୍ରହଣ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ : ପେନାଲଟିକ ସୁଟ ଜରିଆରେ ପାଦେରୀପଡା ଓ ସୁଣ୍ଡରୁମିଲା ଦଳ ବିଜୟୀ

ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ : ପେନାଲଟିକ ସୁଟ ଜରିଆରେ ପାଦେରୀପଡା ଓ ସୁଣ୍ଡରୁମିଲା ଦଳ ବିଜୟୀ

August 8, 2026
ଫୁଲଚାଷୀଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ, ଅଜଣା ଦୁର୍ବୃତ୍ତ ଚମ୍ପଟ

ଫୁଲଚାଷୀଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ, ଅଜଣା ଦୁର୍ବୃତ୍ତ ଚମ୍ପଟ

August 8, 2026
ପିସିଆର ଦ୍ୱାରା ନିଖୋଜ ନାବାଳିକାଙ୍କୁ ଉଦ୍ଧାର କରି ପୁରୀ ସାଖୀକୁ ହସ୍ତାନ୍ତର

ପିସିଆର ଦ୍ୱାରା ନିଖୋଜ ନାବାଳିକାଙ୍କୁ ଉଦ୍ଧାର କରି ପୁରୀ ସାଖୀକୁ ହସ୍ତାନ୍ତର

August 8, 2026
ସିଦ୍ଧମହାବୀର ଲାଇଟି ଆରୋବି ତଳେ ଅଧିକ କାମ ବାକି ରହିଛି

ସିଦ୍ଧମହାବୀର ଲାଇଟି ଆରୋବି ତଳେ ଅଧିକ କାମ ବାକି ରହିଛି

August 8, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ : ପେନାଲଟିକ ସୁଟ ଜରିଆରେ ପାଦେରୀପଡା ଓ ସୁଣ୍ଡରୁମିଲା ଦଳ ବିଜୟୀ

ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ : ପେନାଲଟିକ ସୁଟ ଜରିଆରେ ପାଦେରୀପଡା ଓ ସୁଣ୍ଡରୁମିଲା ଦଳ ବିଜୟୀ

August 8, 2026
ଫୁଲଚାଷୀଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ, ଅଜଣା ଦୁର୍ବୃତ୍ତ ଚମ୍ପଟ

ଫୁଲଚାଷୀଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ, ଅଜଣା ଦୁର୍ବୃତ୍ତ ଚମ୍ପଟ

August 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version