No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ବହୁ ପ୍ରତିକ୍ଷିତ ଉପକୂଳ ଜାତୀୟ ରାଜପଥ ନିର୍ମାଣ ପାଇଁ ସର୍ଭେ ଓ ସାଇଟ ପରିଦର୍ଶନ କାର୍ଯ୍ୟ ଯୋରସୋରରେ ଆଗେଇ ଚାଲିଛି । ଖୋର୍ଦ୍ଧା ଜିଲ୍ଲା ବଡପୋଖରିଆ, ପୁରୀ ଜିଲ୍ଲାର ବ୍ରହ୍ମଗିରି-ପୁରୀ କୋଣାର୍କ ଅଞ୍ଚଳରେ କେତେ ଜଙ୍ଗଲ ଜମି ଅଧିଗ୍ରହଣ ହେବ ସେ ସମ୍ପର୍କରେ ଗ୍ରାଉଣ୍ଡ ଜିରୋରୁ ଅନୁଧ୍ୟାନ କରୁଛନ୍ତି ଅଧିକାରୀ ।

ପୁରୀଜିଲ୍ଲା ବନଖଣ୍ଡ ଡିଏଫଓ ମଗର ଧନଜି ରାଓସୋ , ଏନଏଚଏଆଇ ପ୍ରକଳ୍ପ ନିର୍ଦ୍ଦେଶକ ସୁରଜ କୁମାର ସିଂହ ଓ ରୋତେଶ କୁମାର ଗୁପ୍ତା, ମିଥିଲେସ, ଅତିରିକ୍ତ ତହସିଲଦାର ସତ୍ଯଜିତ ନାୟକ, ସହକାରୀ ଡିଇଓ ରାକେଶ ନାୟକ,ଚୈତନ୍ୟ ପ୍ରକଳ୍ପ କନସଲଟାଣ୍ଟସି ର ହାଇୱେ ଇଞ୍ଜିନିୟର ପ୍ଲାବନ କୁମାର ବେହେରା, ଅମିନ, ଆରଆଇ ଓ କର୍ମଚାରୀ ମାନେ ଏହି ପରିଦର୍ଶନରେ ସାମିଲ ହୋଇଥିଲେ ।

ଓଡ଼ିଶାର ୧୬୦ କିଲୋମିଟର ରାଜପଥ ନିର୍ମାଣ କରାଯିବ । ଏଥିରେ ୮ ହଜାର ୩ ଶହ କୋଟି ଟଙ୍କା ଖର୍ଚ୍ଚ ହେବ । ଖୋର୍ଦ୍ଧା,ପୁରୀ,ଜଗତସିଂହପୁର ଓ କେନ୍ଦ୍ରାପଡା ଦେଇ ଏହି ରାଜପଥ ଯିବ । ରାମେଶ୍ଵର ଠାରୁ କୋଣାର୍କ ଓ କାକଟପୁର ଚାରିଲେନ କରାଯିବ । ଏହି ରାସ୍ତା ନିର୍ମାଣ ହେଲେ ୧୦୦ କିଲୋମିଟର ସ୍ପିଡିରେ ଗାଡି ଯାଆସ କରି ପାରିବ ।

No Result
View All Result